ନୂତନ ପୋଲ ବର୍ଷେ ନ ପୁରୁଣୁ ରାସ୍ତାର ଦୟନିୟ ଅବସ୍ଥା

Spread the love

ସୁନ୍ଦରଗଡ ତା:୬/୮/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ବିଗତ ଏକ ବର୍ଷ ନ ପୁରୁ ପୋଲ ଅବସ୍ଥା ଶୋଚନୀୟ ସ୍ଥିତିରେ । ସୂଚନା ଅନୁସାରେ ବାଲିସଙ୍କରା ବ୍ଲକ ନିକଟର ମୁଖ୍ୟ ରାସ୍ତାରେ ଥିବା ଏକ ପୋଲ ଯାହା ଛତିଶଗଡ ସହିତ ଝାରଖଣ୍ଡ କୁ ସଂଯୋଗ କରୁଛି ତାର କାମ ଶେଷ ହେବା ବର୍ଷେ ପୁରି ଥିବା ବେଳେ ରାସ୍ତା ର ଅବସ୍ଥା ଖାଲଖମା ହୋଇଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ର କେନ୍ଦ୍ରବିନ୍ଦୁ ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଚର୍ଚ୍ଚା ହେଉଛି । ରାସ୍ତା ତିଆରିରେ ବ୍ୟବହୃତ ହୋଇଥିବା ଆବଶ୍ୟକୀୟ ଜିନିଷ ଉଚିତ୍ ମାନର ନ ଥିବା ସହିତ କାର୍ଯ୍ୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ଅସୁବିଧା ହୋଇଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ସରକାରଙ୍କ ଟଙ୍କା ଅପବ୍ୟୟ ହେବା ସହିତ ତାହା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅସୁବିଧା ଭୋଗୁଛନ୍ତି ସାଧାରଣ ଜନତା । ଜିଲ୍ଲାପ୍ରଶାସନ ସହିତ ବିଭାଗୀୟ ଅଧିକାରୀ ଏଥିରେ ଧ୍ୟାନ ଦେବାକୁ ଦାବି ହେଉଥିବା ଜଣାପଡିଛି ।

Related Posts

About The Author

Add Comment