ନୂତନ ପରିବହନ ନୀତି ଲାଗୁ ହେବା ପରେ ଶଙ୍କାରେ ଗାଡ଼ି ମାଲିକ , ଗୋଟିଏ ଗାଡ଼ିରୁ ଅସୁଲ ହେଲା ୭୨ ହଜାର ଟଙ୍କା ଜୋରିମାନା

Spread the love

ଚଣ୍ଡିଖୋଲ, ୬/୯(ସନ୍ଧାନ ନିୟୁଜ/ମାନସ ରାଉତ)-ଗତ ସେପ୍ଟମ୍ବର ମାସରୁ ସମଗ୍ର ଭାରତ ବର୍ଷରେ ଲାଗୁ କରାଯାଇଥିବା ନୂତନ ପରିବହନ ନିୟମ କାର୍ଯ୍ୟକାରୀ ହେଲା ପରେ ପରିବହନ ନୀତି ଖିଲାପ କରିଥିବା ଟ୍ରକ୍ମାଲିକମାନଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି । ଏହି ପରିପେକ୍ଷୀରେ ଦୈନିକ ଶହ ଶହ ଗାଡ଼ିମାନଙ୍କ ଉପରେ ଜୋରିମାନା ଆଦାୟ କରାଯାଉଛି । ଆଜି ଚଣ୍ଡିଖୋଲ ରାଜପଥ ପରିବହନ ବିଭାଗ ପକ୍ଷରୁ ଆଜି ନେଉଳପୁର ଠାରେ ବେଆଇନ ଭାବରେ ବାଲି ପରିବହନ କରୁଥିବା ଏକ ଟ୍ରକକୁ ଜବତ କରିବା ସହିତ ୭୨ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ ଯେ ଆଜି ୧୨ ଟା ସମୟରେ ନେଉଳପୁର ଠାରେ ଭୂବନେଶ୍ୱରୀ କନଷ୍ଟ୍ରସନର ଏକ ହାଇୱା ଟ୍ରକ୍ ଓ.ଡ଼ି ୦୪ ଏନ. ୨୫୩୩ ଆବଶ୍ୟକ ଠାରୁ ଅଧିକ ବାଲି ପରିବହନ କରିଥିବା ସହିତ ଆବଶ୍ୟକୀୟ କାଗଜପତ୍ର ନଥିଲା । ଫଳରେ ଗାଡ଼ିଟିକୁ ଧରି ତା ଉପରେ ସାଧାରଣ ଜୋରିମାନ ସ୍ୱରୁପ ୫ଶହ ଟଙ୍କା, ବିନା ପରିମିଟ୍ ରେ ଗାଡ଼ି ଚାଳଣା ବାବଦକୁ ୧୦ ହଜାର ଟଙ୍କା ଓ ଆବଶ୍ୟକୀୟ କାଗଜପତ୍ର ନଥାଇ ଗାଡ଼ି ଚଳାଇବା ସହିତ ଆବଶ୍ୟକ ଓଜନ ଠାରୁ ଅଧିକ ମାଲ ପରିବହନ କରିବା ବାବଦକୁ ୬୧ହଜାର ୫ଶହ ଟଙ୍କା ଜୋରିମାନା କରିଛନ୍ତି । ପ୍ରକାଶ ଥାଉକି ବାଲି ପରିବହନ କରୁଥିବା ସମୟରେ ବାଲିକୁ ଘୋଡ଼ାଇ ରଖିବା ପାଇଁ ପାଲ ପକାଇବା ଆବଶ୍ୟକତା ଥିଲାବେଳେ ତାହା ଏଠାରେ କରାଯାଇ ନଥିଲା । ଗାଡ଼ିର ପରିବହନ କ୍ଷମତା ଠାରୁ ଅଧିକ ୨୦ ଟନ୍ ୭୫୦ କେଜି ମାଲ ପରିବହନ କରୁଥିଲା । ଏ ସମସ୍ତ ପରିବହନ ନୀତିକୁ ଅନୁଧ୍ୟାନ କରି ଆଞ୍ଚଳିକ ପରିବହନ ଅଧିକାରୀ ୭୨ ହଜାର ଟଙ୍କା ଜୋରିମାନା କରିଛନ୍ତି । ଗାଡ଼ିଟି ଧର୍ମଶାଳା ଥାନା ଅନ୍ତର୍ଗତ ଭୁବନ ଗ୍ରାମର ଅକ୍ଷୟ କୁମାର ନାୟକଙ୍କର ବୋଲି ଜଣାପଡ଼ିଛି । ଏହି ଜୋରିମାନା ଟଙ୍କା ନୂଆ ପରିବହନ ନୀତି ଲାଗୁ ହେଲା ପରେ ସର୍ବାଧିକ ବୋଲି ଜଣାପଡ଼ିଛି । ଚଣ୍ଡିଖୋଲ ଛକ ଦେଇ ଦୈନିକ ଶହ ଶହ ଓଭର ଲୋଡ଼ଂ ଗାଡ଼ି ଯାଉଥିବା ସମୟରେ ଆଞ୍ଚଳିକ ପରିବହନ ଅଧିକାରୀ ତଥା ବିଭାଗୀୟ ଉଚ୍ଚ ଅଧିକାରୀ ପୂର୍ବରୁ ଏଥିପ୍ରତି ଦୃଷ୍ଟି ନପଡ଼ିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।

Related Posts

About The Author

Add Comment