ନୂଚନ ଭାଵେ ଯୋଗ ଦେଇଥିବା ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କୁ ସାମ୍ବାଦିକଙ୍କ ତରଫରୁ ସ୍ବାଗତ ଓ ସମ୍ବର୍ଦ୍ଧନା

Spread the love
ରାଇରଙ୍ଗପୁର,୧୨/୯  (ସନ୍ଧାନ ନ୍ୟୁଜ୍)  ମୟୂରଭଂଜ ଜିଲ୍ଲାର ଦିତୀୟ ସର୍ବଵୃହତ୍ତମ ବାମନଘାଟୀ ଉପଖଣ୍ଡ,ରାଇରଙ୍ଗପୁରରେ ନୂତନ ଭାଵେ ଉପଖଣ୍ଡ ଲୋକ ସଂପର୍କ ଓ ସୂଚନା ଅଧୀକାରୀ ଭାବେ ବିକାଶ ରଂଜନ ମହାନ୍ତି ଯୋଗଦାନ କରିଛନ୍ତି ।ତାଙ୍କୁ ବାମନଘାଟୀ ଉପଖଣ୍ଡର ଗଣମାଧ୍ଯମ ପ୍ରତିନିଧିମାନେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ କାର ଯ୍ଯାଳୟ ପରିସରରେ ଗୁରୁବାରଦିନ ପୁଷ୍ପଗୁଛ୍ଛ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ ।ସୂଚନାଯୋଗ୍ଯ ଯେ ୨୦୧୦ ମସିହାରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଅଜୟ ଜେନା ବଦଳି ପରେ ଦିର୍ଘ ୧୦ ଵର୍ଷରୁ ଉର୍ଦ୍ଧ୍ବ ହେଲା ଏହି ପଦଟି ଖାଲି ପଡିଥିଲା । ନଦୀ ନାଳ,ଜଙ୍ଗଲ ଘେରା ସିମାନ୍ତ ବାମନଘାଟୀ ଅଂଚଳର ଭାଷା,ସଂସ୍କୂତି,କଳା,ପରିବେଶ ଏକ ନିଆରା ଅଟେ ।କିନ୍ତୁ ଦିର୍ଘ ବର୍ଷ ହେଲା ଏହି ପଦଟୀ ଖାଲି ପଡିଥିବାରୁ ଏଠିକା ଅଂଚଳର ସୂଚନା ସୁଦୂରପ୍ରସାରୀ ହୋଇ ପାରୁ ନ ଥିଲ ।ସବୁକିଛି ନାହିଁ ନାହିଁରେ ଚାଲୁଥିଲା ।ପ୍ରଶାସନି ଅଧିକାରୀ ଓ ଗଣମାଧ୍ଯମ ପ୍ରତିନିଧିଙ୍କ ମଧ୍ଯରେ ଯୋଗାଯୋଗ ଓ ସଂପର୍କର ସେତୁ ଏକ ରକମକର ଵିଛିନ୍ନ ଥିଲା ।ନୂତନ ଅଧିକାରୀଙ୍କ ଯୋଗଦାନ ନେଇ ସାମ୍ବାଦିକମାନେ ସନ୍ତୋଷ ପ୍ରକାଶ କରିଥିଲେ ।ଗଣମାଧ୍ଯମର ଦୈନିକ ଖବରକୁ ସେ ପ୍ରଶାସନିକ ଅଧିକାରୀଙ୍କ ପାଖରେ ପହଞ୍ଚାଇଵେ ବୋଲି ବିଭାଗୀୟ ଅଧିକାରୀଙ୍କ ପାଖରୁ ଆଶା କରିଛନ୍ତି ।ଏହି ସମ୍ବର୍ଦ୍ଧନା କାର୍ଯ୍ଯକ୍ରମରେ ସାମ୍ବାଦିକ ଶରତ ଦାସ,ମନୋଜ ଦାସ,ସୌରଭ ପଟନାୟକ, ନିଗମାନନ୍ଦ ପଟନାୟକ,ଅନଶନ ମହାନ୍ତ, ତୁଷାରକାନ୍ତ ମହାନ୍ତ,ଖୁଦିରାମ ମହାନ୍ତି,ଜୀତେନ୍ଦ୍ର ଅଗ୍ରଓ୍ବାଲା,ସତ୍ଯ ରଂଜନ ପାଲ , ଶଶୀକାନ୍ତ ଦାସ,ଜ୍ଯୋତି ରଂଜନ ବାରିକ , ରାମେଶ୍ବର ଅଗ୍ରଓ୍ବାଲ,ପରେଶନାଥ ଷଡଙ୍ଗୀ,ଶଙ୍କର ମହାନ୍ତ,ପରେଶ ନାଥ ଷଡଙ୍ଗୀ,ମେଘନାଦ ହେମ୍ବ୍ରମ,ଅକ୍ଷୟ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ ।ନୂତନ ଧିକାରୀ ବିକାଶ ରଂଜନ କହିଥିଲେ ସାଂପ୍ରତିକ ପରିସ୍ଥିତିରଜ ଗଣମାଧ୍ଯମର ଭୂମିକା ବହୁ  ଗୁରୁତ୍ବପୂର୍ଣ ।ଗଣମାଧ୍ମ ପ୍ରତିନିଧିଙ୍କ ସହଯୋଗ ସେକାମନା କରୁଛନ୍ତି । ଗଣମାଧ୍ଯମ ପ୍ରତିନିଧିମାନେ ବିଭିନ୍ନ ବିଷୟରରେ ଆଲୋଚନା କରିବାସହ ଏକ ନୂତନ ଏଡିପିଆରଓ କାର୍ଯ୍ଯାଳୟ ନିର୍ମାଣ ପାଇଁ ଏଡିପିଆରଓଙ୍କ ସହ ଆଲୋଚନା କରିଥିଲେ ।

Related Posts

About The Author

Add Comment