ଚାନ୍ଦବାଲି,୨୧/୦୭/୨୧ (ସନ୍ଧାନ ନିଉଜ/ପ୍ରଶାନ୍ତ ବାରିକ୍) ବହୁ ଦିନର ଅପେକ୍ଷା ଅନ୍ତ୍ ହେବାକୁ ଯାଉଛି। ବାବା ଆଖଣ୍ଡ ଳମଣି ମନ୍ଦିର ଆରଡ଼ି ରେ ନୂଆ ରୂପରେ ସଜାଇ ବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ଆରଡିପୀଠର ଉନ୍ନତିକରଣ ପାଇଁ ଆରମ୍ଭ ହେଲା କାର୍ଯ୍ୟ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଏହି ପୀଠର ଉନ୍ନତି ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ଜାର୍ଚ୍ଚନା ଓ ବୈଷୟିକ ଟିମ ପକ୍ଷରୁ ଯାଞ୍ଚ କରାଯିବା ପରେ ମନ୍ଦିର ବେଢା ଓ ସମସ୍ତ ଦ୍ୱାରର ସୌନ୍ଦର୍ଯ୍ୟକରଣ ପାଇଁ ଭଙ୍ଗାରୁଜା ଚାଲିଛି । ଏପରିକି ଦିନ ଓ ରାତିରେ ଅଧିକ ସଂଖ୍ୟକ କାରିଗର ନିୟୋଜିତ କରାଯାଇ କାର୍ଯ୍ୟ ଜାରି ହେବ ବୋଲି ଉପଜିଲାପାଳ କହିଛନ୍ତି।
ବାବା ଆଖଣ୍ଡଳମଣିଙ୍କ ପୀଠକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୀଠକୁ ସରସ ସୁନ୍ଦର କରିବା ପାଇଁ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନକୁ ରାଜ୍ୟ ସରକାର ମୋହର କରିଛନ୍ତି । ଏହାସହ ପ୍ରାଥମିକ ପର୍ଯ୍ୟାୟାରେ ଯୋଗାଇ ଦେଇଛନ୍ତି ୬କୋଟି ଟଙ୍କା । ଯାହାର କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ବେଶେଷକରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତଥା ମହାଶିବରାତ୍ରୀରେ ଲକ୍ଷାଧିକ ଭକ୍ତ ଏକକାଳୀନ ଯେପରି ବାବାଙ୍କର ମନ୍ଦିର ଚୂଡାକୁ ଉଠୁଥିବା ମହାଦୀପ୍ପର ଦର୍ଶନ ପାଇପାରିବେ ସେଥିପାଇଁ ମନ୍ଦିର ବେଢା ଓ ପୀଠର ମୁଖ୍ୟରାସ୍ତାକୁ ସମ୍ପ୍ରସାରଣ କରାଯାଉଛି। ତାହା ସହ ପୀଠର ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, କରାଯିବା ।