କଟକ, ୧/୧/୨୦୨୦ (ସନ୍ଧାନ ନିୟୁଜ): ନୂଆ ବର୍ଷରେ ଅଘଟଣ । ନୂଆବର୍ଷସେଲିବ୍ରେସନ ବେଳେ ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । 2019 କୁ ବିଦାୟ ଦେବା ସହ 2020 ବର୍ଷକୁ ସ୍ୱାଗତ କରିବା ଲାଗି ଭୋଜିଭାତ ଆୟୋଜନ କରାଯାଇଥିଲା ।
ଭୋଜି ବେଳେ ତିନିମହଲା ଛାତର ସିଢୀରୁ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ରାତିରେ ସାଙ୍ଗ ସାଥିଙ୍କ ସହ ଫିଷ୍ଟ କରୁଥିବା ସମୟରେ ଛାତ ଉପରୁ ପଡି ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁବକ ପ୍ରିତମ ସାହୁ ବୟସ 34 ବର୍ଷ । ପ୍ରିତମଙ୍କ ଘର କଟକ ବଳଭଦ୍ରପୁରରେ ।
ଘଟଣାସ୍ଥଳରେ ବାଦାମବାଡ଼ି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ.ସି.ବି ମେଡିକାଲକୁ ପଠାଇଛି । ନୂଆବର୍ଷରେ ଏଭଳି ଅଘଟଣକୁ ନେଇ ପରିବାର ଓ ସାଙ୍ଗ ସାଥୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି ।




