ସୁନ୍ଦରଗଡ଼ ତା: ୨/୬/୨୦୨୪(ସନ୍ଧାନ ନ୍ୟୁଜ/ ଦୁର୍ଯ୍ୟୋଧନ ଗରଡ଼ିଆ) ରାଜ୍ୟ ସରକାର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତିକରଣ କଥା କହୁଥିବା ବେଳେ ତାର ବ୍ୟତିକ୍ରମ ଚିତ୍ର ଦେଖିବାକୁ ମିଳିଛି । ସ୍ବାଧୀନତାର ୭୬ ବର୍ଷ ବିତିଗଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ଵଂଚିତ । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଂଚାୟତ ର ନୁଆଁ ଡ଼ିହି ଠାରୁ ରେଙ୍ଗାଲି ଡ୍ୟାମ କୁ ଯାଇଥିବା ରାସ୍ତା ଟି ଖରାପ ଥିବା ସହିତ ଆମ ଚ୍ୟାନେଲ ମାଧ୍ୟମରେ ଅନେକ ଥର ପ୍ରସାସନ ଙ୍କୁ ଅବଗତ କରାଗଲେ ମଧ୍ୟ କାହାରି ଦୃଷ୍ଟି ଏ ଜାଗା ରେ ପଡି ପାରୁନି l ବର୍ଷା ଦିନେ ଏ ରାସ୍ତା ରେ ଲୋକେ ଯା ଆସ କରି ପାରନ୍ତି ନାହିଁ l ଏହି ରାସ୍ତା କଡରେ ଏକ ଗାଡ଼ୱାଲ ତିଆରି ହେବା ର କିଛି ଦିନ ପରେ ଗାଡ଼ୱାଲ ଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି l ବାରମ୍ବାର ଏଠାକାର ରାସ୍ତା ଓ ଗାଡ଼ୱାଲ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଜନ ସାଧାରଣ ରେ ଅଶାନ୍ତି ର ବାତାବରଣ ସୃଷ୍ଟି ଦେଖିବାକୁ ମିଳିଛି l ଅଞ୍ଚଳର କୌଣସି କାମ ହେଉ ନ ଥିବା କାରଣରୁ ପ୍ରସାସନ ସହିତ ଠିକାଦାରଙ୍କ ମଧୁଚନ୍ଦ୍ରିକାର ଗନ୍ଧ ଆଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।ଅତିଶୀଘ୍ର ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରସାସନଙ୍କୁ ଦାବି ଜଣାଇଛନ୍ତି ।
ନୁଆଁଡ଼ିହି ଠାରୁ ରେଙ୍ଗାଲି ଡ୍ୟାମ କୁ ଯାଇଥିବା ରାସ୍ତାଟି ଖରାପ ଅବସ୍ଥାରେ
|
June 3, 2024 |