ଯାଜପୁର ସଦର,୦୬ା୦୮ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଏହି ଶ୍ରମିକ ମାନେ ରାଜ୍ୟସରକାରଙ୍କ ପକ୍ଷରୁ ପଞ୍ଜିକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବ୍ରହ୍ମବରଦା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଗରିବ ଶ୍ରମିକ ମାନଙ୍କୁ ୧୫ ଶହ ଟଙ୍କା ରାଜ୍ୟସରକାରଙ୍କ ପକ୍ଷରୁ କୋଭିଡ଼ ସହାୟତ ୧୫ ଶହ ଟଙ୍କା ଲେଖାଏ ଦୁଇ ଥର ମିଳିବାକୁ ଥିବା ବେଳେ, ରସୁଲପୁର ବ୍ଲକ୍ର ବନ୍ଧଡିହ ପଂଚାୟତର ଶତାଧିକ ଶ୍ରମିକ ସରକାରୀ ଅନୁଦାନରୁ ବଞ୍ଚôତ ହୋଇଛନ୍ତି । ବହୁ ଶ୍ରମିକଙ୍କ ଏକାଉଣ୍ଟକୁ ଟଙ୍କା ଆସୁଥିବା ବେଳେ, ଏହି ଶ୍ରମିକ ମାନଙ୍କ ଏକାଉଣ୍ଟ ନଆସିବାରୁ ଶ୍ରମିକ ମହଲରେ ଅସନ୍ତୋଷ ଦେଖାଦେଇଚି । ଯାହା ଫଳରେ ବହୁ ଶ୍ରମିକ ସରକାରୀ ଅନୁଦାନରୁ ବଂଚିତ ହୋଇଛନ୍ତି । ବାରମ୍ବାର ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରାଯାଉଥିବା ବେଳେ, ଶ୍ରମ ବିଭାଗ ପକ୍ଷôରୁ କୌଣସି ପଦକ୍ଷପ ନିଆନଯାଉନଥିବା ଦେଖିବାକୁ ମିଳିଚି । ଏବଂ ସଂଘର ସଭାପତି ସମ୍ପାଦକ ଦୃଷ୍ଟି ଦେବା ସହିତ ବଞ୍ଚିତ ହୋଇଥିବା ପଞ୍ଜିକୃତ କରାଯାଇଥିବା ଏହି ଗରିବ ଶ୍ରମିକ ମାନଙ୍କୁ ଦୁଇ କିସ୍ତିର ୩ ହଜାର ଟଙ୍କା ନମିଳେ ଯାଜପୁର ଡିଲେ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ନିର୍ମାଣ ଶ୍ରମିକ ମାନେ ଚେତାବନି ଦେଇଛନ୍ତ । ଏହି ଦିଗରେ ଦୃଷ୍ଟି ଦେବାପାଇଁ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନିକଟରେ ଦାବି କରିଛନ୍ତି ।
ନିର୍ମାଣ ଶ୍ରମିକ ମାନଙ୍କୁ କୋଭିଡ଼ ସହାୟତା ଦିଆଯାଉନି
|
August 6, 2021 |