ନିର୍ମାଣ ଶ୍ରମିକଙ୍କ ମାନଙ୍କ କାର୍ଯ୍ୟକରିବା ପାଇଁ ଡିଏଲ ଅଫିସର ନାହାଁନ୍ତି

Spread the love

ଯାଜପୁର ସଦର, ୨୮ା୧୨(ସନ୍ଧାନ ନିୟୁଜ/ଜି. ଦାସ) ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ସରକାରୀ ସହାୟତା ଯୋଗେଇ ଦେ ଉଥିବା ବେଳେ, ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସରକାରୀ କାର୍ଯ୍ୟ କରାଯିବା ଲାଗି ଯାଜପୁର ଜିଲ୍ଲାରେ ଡିଏଲ୍ ଅଫିସର ନିଯୁକ୍ତି କରାଯାଇ ନଥିବାରୁ ଶ୍ରମିକ ମାନଙ୍କ ପିଲା ମାନଙ୍କ ପାଠପଢ଼ା ଆର୍ଥôକ ସହାୟତା ମୃତୁ୍ୟକାଳିନ ସହୟତା ବିଭାଗର ସହାୟତା ଶ୍ରମିକ ମାନେ ପାଉନଥିବା ଅଭିଯୋଗ ହୋଇଚି । ଯାଜପୁର ଜିଲ୍ଲାରେ ନିର୍ମାଣ ଶ୍ରମିକ ସଂଘ ଗଠନ କରାଯାଇନଥିବା ବେଳେ, ଶ୍ରମିକ ମାନଙ୍କ ସମସ୍ୟାକୁ ଦୁର କରିବା ପାଇଁ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ଯାହାକି ୨୦୧୬ ଠାରୁ ୨୦୧୯ ପର୍ଯ୍ୟନ୍ତ ୨୦୨୦ ହେବାକୁ ଅଳ୍ପଦିନ ବାକି ରହିଥିବା ବେଳେ, ଶ୍ରମିକ ମାନଙ୍କ ସହାୟତା ପାଉନଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ବହୁ ନିର୍ମାଣ ଶ୍ରମିକ ସଂଘ ସଭ୍ୟ ମାନଙ୍କ ଆଇଡେଣ୍ଟ କାର୍ଡ ପାଇନଥିବା ଦେଖିବାକୁ ମିଳିଚି । ଯାହାକି ଡିଏଲ୍ ଅଫିସର ନଥିବାରୁ ଯାଜପୁର ଜିଲ୍ଲାରେ ଶ୍ରମିକ କାର୍ଯ୍ୟ ହୋଇ ପାରୁନଥିବା ଶ୍ରମିକମାନେ ବୋହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମୃତୁ୍ୟ କାଳିନ ସହାୟତା ଘର କରିବା ପାଇବାରେ ବହୁ ବିଳମ୍ବ ଘଟୁଚି । ରାଜ୍ୟ ସରକାର ଏଦିଗରେ ପଦକ୍ଷଦପ ନେଲେ ଏବଂ ଯାଜପୁରକୁ ଜଣେ ଡିଏଲ୍ ଅଫିସର ନିଯୁକ୍ତି କରାଗରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଦୁର ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଚି । ଏଦିଗରେ ଯାଜପୁର ଜିଲ୍ଲାପାଳ, ଶ୍ରମମନ୍ତ୍ରୀ, ଶ୍ରମିକ କମିଶନର ଦୃଷ୍ଟି ଦବା ଲାଗି ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment