ବଡଚଣା, ୦୭/୦୫ (ସନ୍ଧାନ ନିଉଜ) ରାଜ୍ୟରେ ନିର୍ମାଣ ଶ୍ରମିକ ଓ ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ଯୁଦ୍ଧ କାଳୀନ ଭିତ୍ତରେ କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ପଞ୍ଜିକରଣ କରାଯାଉଥିବା ବେଳେ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରିବା ସହିତ ହିତାଧିକାରୀ ମାନଙ୍କୁ ବହୁମୁଖୀ ସହାୟତା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ସୋଲର,ଛତିଆ,ବୈରୀ,ପାରିଆ, ଭୁସଣ୍ଡିପୁର, ବନ୍ତଳା, କୁନ୍ଦଳ,ମାଣ୍ଡୁକା,ବରଦା, ବାଲିପଡ଼ିଆ, ଧାନ ମଣ୍ଡଳ ଭରତପୁର,ନଳିପୁର, ନେଳିଆ ଇତ୍ୟାଦି ପଂଚାୟତ ରେ ଶତାଧିକ ହିତାଧିକାରୀ ଙ୍କୁ ଲେବର କାର୍ଡ ଯୋଗାଇ ଦିଆଯାଇଥିବା ବେଳେ ,କୋଭିଡ କାଳୀନ ଆର୍ଥିକ ସହାୟତା, କନ୍ୟା ବିବାହ କାଳୀନ ସହାୟତ,ମୃତ୍ୟୁ କାଳୀନ ସହାୟତା,ଅନ୍ତେଷ୍ଟି କ୍ରିୟା ସହାୟତା,ଦୁରା ରୋଗ୍ୟ ଚିକିତ୍ସା ସହାୟତା, ପ୍ରସୂତି କାଳୀନ ସହାୟତା,ଶିକ୍ଷା ସହାୟତା,ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା,ନିର୍ମାଣ ଶ୍ରମିକ ପେନସନ ଯୋଜନା,ସାମୟିକ ସୁଲଭ ଆଶ୍ରୟ ଗୃହ ଯୋଜନା ଓ ଅନ୍ୟାନ୍ୟ ବହୁମୁଖୀ ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ବିଶେଷ ଭାବରେ କୋଭିଡ ମହାମାରୀ କାଳରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କୁ ଏକ ସଶକ୍ତ ଓ ସମୃଦ୍ଧ ନବୀନ ଓଡିଶା ନିର୍ମାଣ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି। ବର୍ତମାନ କୋଭିଡ ମହାମାରୀ ର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ରାଜ୍ୟର ଲକ୍ଷାଧିକ ଜନ ଜୀବନ ପ୍ରଭାବିତ ହେଉଥିବା ବେଳେ ସଂକ୍ରମଣ ରେ ବହୁ ଅମୂଲ୍ୟ ଜୀବନ ଝଡି ପଡୁଥିବା ଦେଖିବାକୁ ମିଳିଛି। ବିଶେଷ ଭାବରେ ସାଧାରଣ ଗରିବ,ଶ୍ରମିକ,ଚାଷୀ, ଶ୍ରେଣୀର ଲୋକମାନେ ଘରେ ହାତ ବାନ୍ଧି ବସି ଥିବା ବେଳେ, ରୋଜ ଗାରର ବାଟ ବନ୍ଦ ହୋଇ ପଡିଛି,ଫଳରେ ଲୋକ ମାନେ ନାହିଁ ନ ଥିବା ଅସୁବିଧାରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ତେବେ ହିତାଧିକାରୀ ମାନଙ୍କୁ ଏହି ଦୁର୍ଦ୍ଦିନ ସମୟରେ, ତଥା କରୋନା ମହାମାରୀ ର କୋକୁଆ ଭୟରେ ଲକ ଡାଉନ, ଓ ସଡ ଡାଉନ ଜାରି ରହି ଥିବାବେଳେ , ଅଟୋ ଡ୍ରାଇଭର, ପରିବା ଦୋକାନୀ ଉଠାଦୋକାନୀ,ବୁଲା ବିକାଳୀ ଇତ୍ୟାଦି ବର୍ଗର ଯୋଗ୍ୟ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରିବା ଓ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଉତ୍କଳ ବିକାଶ ଶ୍ରମିକ ମଞ୍ଚର ସଭାପତି ସୁଧାଂଶୁ ରାଉତ, ରାଜ୍ୟ ଅଣ- ସଙ୍ଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟିର ରାଜ୍ୟ ସହ ସମ୍ପାଦକ ରମେଶ କୁମାର ଜେନା ,ସଭାପତି ନୃସିଂହ ଚରଣ ମିଶ୍ର, ସାଙ୍ଗଠନିକ ସମ୍ପଦକ ନାରଣ ନାୟକ ଭଦ୍ରକ ଙ୍କ ସମେତ ଯାଜପୁର ଜିଲ୍ଲାର ବିଭିନ୍ନ ଲେବର ୟୁନିଅନ ତଥା ଉତ୍କଳ ବିକାଶ ଶ୍ରମିକ ମଞ୍ଚ, ସମାଜ ବିକାଶ କର୍ମଜୀବୀ ଶ୍ରମିକ ସଂଘ, ଚଣ୍ଡିଖୋଲ, ମା ନାହାକଣି ଶ୍ରମିକ ସଂଘ, ଇତ୍ୟାଦି ବିଭିନ୍ନ ନିର୍ମାଣ ଶ୍ରମିକ ସଂଘ ପକ୍ଷ ରୁ ରାଜ୍ୟ ଶ୍ରମ ମନ୍ତ୍ରାଳୟ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣା ପଡ଼ିଛି। ତେବେ ଅନ୍ୟ ପକ୍ଷରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଗମ୍ଭୀରତାର ସହିତ ଶ୍ରମିକ ମାନଙ୍କ ଏହି ଅବସ୍ଥାକୁ ବିଚାରକୁ ନେବା ସହିତ ଜରୁରୀ କାଳୀନ ସହାୟତା ଯୋଗାଇ ଦେବାକୁ ରାଜ୍ୟ ଅଣ ସଙ୍ଗଠିତ ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଛି।
ନିର୍ମାଣ ଓ ପ୍ରବାସୀ ଶ୍ରମିକ ମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ କାର୍ଡ ମାଧ୍ୟମରେ ବହୁମୁଖୀ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର
|
May 7, 2021 |


