ନିର୍ବାହୀ ଯନ୍ତ୍ରୀଙ୍କ ଅକାଳ ବିୟୋଗ

Spread the love

ବେତନଟୀ,୨୮/୧୦ (ସନ୍ଧାନ ନ୍ୟୁଜ୍);- ବେତନଟୀ ପଞ୍ଚାୟତ ଭୋଗବାଟୀ ଗ୍ରାମର ସ୍ବର୍ଗତଃ ରଞ୍ଜନ ପାଲଙ୍କ ମଧ୍ୟମ ପୁତ୍ର ଇଂ. ଜୀବନ ପାଲ(୫୯)ଙ୍କର ଆଜି ଦେହାନ୍ତ ହୋଇଯାଇଛି। ସେ କେନ୍ଦୁଝର ଆରଡି ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ବେତନଟୀ ଉପଖଣ୍ଡରେ ଉପନିର୍ବାହୀ ଯନ୍ତ୍ରୀ ଥିଲେ। ସେ ନିଜ ପରିବାର ସହିତ ବାରିପଦାରେ ରହୁଥିଲେ। ଆଜି ହଠାତ୍ ଗାଧୁଆଘରେ ପଡ଼ି ଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁଶଯ୍ୟ ନିକଟରେ ଭାଇ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବଚନ ପାଲ, ଡା, ମିଲନ ପାଲ, ସୁମନ ପାଲ, ଭଉଣୀ ଇନ୍ଦିରା ପାଲ, ଭିଣୋଇ ଧନଞ୍ଜୟ ଦେ, ପୁତୁରା ଚିରଞ୍ଜିତ ପାଲ,  ପତ୍ନୀ ଲୋନା ପାଲ, ପୁତ୍ର ଆଶୁତୋଷ ପାଲ, କନ୍ୟା  ମନୀକା ପାଲ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମରଶରୀର ବେତନଟୀ ଭୋଗବାଟୀସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ବେତନଟୀରେ ଉପନିର୍ବାହୀ ଯନ୍ତ୍ରୀ ଥିବାବେଳେ ସ୍ଥାନୀୟ ଅଞ୍ଚଳର ବହୁ ପ୍ରକଳ୍ପ ନିର୍ମାଣରେ ତାଙ୍କର ପ୍ରଚ୍ଛନ୍ନ ହାତ ଥିଲା । ଜଣେ ଦକ୍ଷ ଇଞ୍ଜିନିୟର ଭାବେ ତାଙ୍କର ସୁନାମ ରହିଥିଲା । ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଆଡି ବିଭାଗ, ବାରିପଦା ନିର୍ବାହୀ ଯନ୍ତ୍ରୀ ଏନଜି ହରିହରି ରାଓ ସ୍ୱର୍ଗତ ପାଲ, ବେତନଟୀ ଆରଡି ଉପଖଣ୍ଡ ଅଧିକାରୀ ଇଂ. ରାଜେଶ ପ୍ରଧାନ, ଇଂ. ସୁକୁମାର ଭୂୟୀ, ଇଂ. ସବେଶ୍ବର ପରିଡା, ଇଂ. ସୀତାରାମ ଦେ, ଇଂ. ଇପ୍ସିତା ଦେହୁରୀ, ଇଂ.ମଧୁସ୍ମିତା ଦଣ୍ଡପାଟ, ଇଂ. ଜ୍ୟୋତିରଞ୍ଜନ ନାୟକ, ଇଂ. ଶାରଦା ଭୂଷଣ ରାୟ, ବେତନଟୀ ସବଡ଼ିଭିଜନାଲ ସରକାରୀ ଠିକାଦାର ସଂଘର ସଭାପତି ରାମେଶ୍ଵର ମିଶ୍ର, ସନ୍ତୋଷ କୁମାର ଜେନା, ରଞ୍ଜିତ ସାହୁ, ଜ୍ଞାନରଞ୍ଜନ ବେହେରା, ପ୍ରଦୀପ ମହାନ୍ତି, ସଦାଶିବ ଲେଙ୍କା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Related Posts

About The Author

Add Comment