ନିର୍ବାଚିତ ପ୍ରତିନିଧିଙ୍କ ଅନୁପସ୍ଥିତିର ପ୍ରଭାବ

Spread the love

ବାରିପଦା, ୨୯/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାରିପଦା ପୌରପରିଷଦ ଏବେ ବିନା ନିର୍ବାଚିତ ପ୍ରତିନିଧିରେ କାମ କରୁଛି। ତେବେ ନିର୍ବାଚିତ ପ୍ରତିନିଧି ନରହିଲେ ସ୍ଥିତି କଣ ହୁଏ ତାହା ଆଜି ଜଳଜଳ ହୋଇ ଦିଖାଯାଉଥିଲା । ବାରିପଦାରେ ପ୍ରବଳ ବର୍ଷାହେବା ନେଇ ପୂର୍ବ ସୂଚନା ରହିଥିଲା । ତଥାପି ଚେତିନଥିଲା ପୌରପ୍ରଶାସନ ପୌରପରିଷଦରେ ଅଧିକାଂଶ ୱାର୍ଡରେ ଡ୍ରେନ୍ ସଫା ହୋଇନଥିବାରୁ ଲଗାଣ ବର୍ଷା ପରେ ଘରେ ପଶିଥିଲା ଟ୍ରେନ୍ ପାଣି। ସେହିପରି ପ୍ରାକୃତିକ ଜଳାଶୟଗୁଡ଼ିକୁ ଅବରୋଧ କରି କୋଠା ନିର୍ମାଣ ମଧ୍ୟ ଜଳବନ୍ଦୀର କାରଣ ସାଜିଥିଲା। ନିର୍ବାଚିତ ଜନପ୍ରତିନିଧିଙ୍କ ଅଭାବରୁ ବାଘ ଘରେ ମିରିଗ ନାଟ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସହରରେ ଚର୍ଚ୍ଚା ହେଉଛି। ବିଳମ୍ବିତ ରାତିରୁ ହିଁ ବାରିପଦାରେ ସହରରେ ବନ୍ୟାଜଳ ପଶିବା ଆରମ୍ଭ ହୋଇଥିଲା। ସ୍ଥାନୀୟ ଜନପ୍ରତିନିଧିଙ୍କ ନିକଟରୁ ଏହି ଖବର ପାଇବା ପରେ ବାରିପଦା ଉପଜିଲ୍ଲାପାଳ ଅନ୍ବେଶା ରେଢ଼ୀ ରାତିରେ ହିଁ ବିଭିନ୍ନ ସ୍ଥାନରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କ ସହିତ ଆଲୋଚନା କରିଥିଲେ। ଥଇଥାନ ଏବଂ ପୁନରୁଦ୍ଧାର ନିମନ୍ତେ ଜୋର ଦେଇଥିଲେ । ତାଙ୍କ ସହିତ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ମଧ୍ୟ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳଙ୍କର ଏଭଳି ପଦକ୍ଷେପ ସାଧାରଣରେ ପ୍ରଶଂସା ସାଉଁଟିଥିଲା ଜିଲ୍ଲାପ୍ରଶାସନ । ମଧ୍ୟ ଥଇଥାନ ଏବଂ ପୁନରୁଦ୍ଧାର ନେଇ ଜୋରସୋରେ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି ବୁଢ଼ାବଳଙ୍ଗ ନିକଟବର୍ତ୍ତୀ ନଂ-୭ ଅଞ୍ଚଳରେ ଅଞ୍ଚଳରେ ଘରେ ବର୍ଷାପାଣି ପଶିଯାଇଥିବାରୁ ନିକଟସ୍ଥ ମୁଖ୍ୟରାସ୍ତାକୁ ଉଠିଆସିଛନ୍ତି ସ୍ଥାନୀୟ ଲୋକା। ବାରିପଦା ଉଦଳା ରାସ୍ତା ବର୍ତ୍ତମାନ ସେମାନଙ୍କ ନୁଆ ଠିକଣା ପାଲଟିଛି ।

Related Posts

About The Author

Add Comment