ରସୁଲପୁର,୧୧/୦୩,(ସନ୍ଧାନ ନିୟୁଜ) ରବିବାର ସଂଧ୍ୟାରୁ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ସେହି ମୁତାବକ ରସୁଲପୁର ବ୍ଲକ ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଜରିଆରେ ପଂଚାୟତ ନୋଡାଲ ଅଧିକାରୀମାନଙ୍କୁ ଆଦର୍ଶ ଆଚରଣ ବିଧିକୁ କଡାକଡ୍ଡି ଭାବରେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ବ୍ଲକ ନିର୍ବାଚନ ଅଧିକାରୀ ଉମାକାନ୍ତ ପରିଡା ନୋଡାଲ ଅଧିକାରୀଙ୍କୁ ପଂଚାୟତର ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନୈତିକ ହୋଡିଂଗୁଡିକୁ ତୁରନ୍ତ ହଟାଇବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି କ୍ରମରେ ବ୍ଲକ ଅଧିନରେ ଥିବା ୨୮ଗୋଟି ପଂଚାୟତର ସରକାରୀ ସ୍ଥାନରେ ଲାଗିଥିବା ବ୍ୟାନର ଓ ହୋଡିଂ ଗୁଡିକୁ ହଟାଇବା ପାଇଁ କଠୋର ପଦକ୍ଷେଦପ ନିଆଯାଇଛି । ବିଭିନ୍ନ ସ୍ଥାନରେ ଲାଗିଥିବା ୨୦୦୦ରୁ ଉର୍ଦ୍ଧ ରାଜନୈତିକ ବ୍ୟାନର ଓ ପୋଷ୍ଟରକୁ ହାଟଇ ଦେଇଛନ୍ତି । ରସୁଲପୁର ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ଶ୍ରୀ ପରିଡା, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ପ୍ରମୁଖଙ୍କୁ ନେଇ ଏକ ଦଳ କୁଆଖିଆ ବାଜରରେ ଲାଗିଥିବା ବ୍ୟାନର ଓ ହୋଡିଂ ଗୁଡିକୁ ହଟାଇ ଦେଇଛନ୍ତି । ପଂଚାୟତର କେତେକ ସ୍ଥାନରେ ବିପଦପୂର୍ଣ୍ଣ ସ୍ଥାନରେ ହୋଡିଂ ଲାଗିଛି । ବିଶେଷକରି ବିଦୁ୍ୟତ ଖୁଂଟିରେ ଲାଗିଥିବା ହୋଡିଂ ଗୁଡିକୁ ହଟାଇବାରେ ଅସୁବିଧା ଦେଖାଦେଇଛି । ଉକ୍ତ ସ୍ଥାନରୁ ହୋଡିଂ ହଟାଇବା ନେଇ ବିଦୁ୍ୟତ ବିଭାଗକୁ ଅବଗତ କରାଯାଇଛି । ବିଦୁ୍ୟତ ବିଭାଗର କର୍ମଚାରୀଙ୍କ ସହାୟତାରେ ହୋଡିଂଗୁଡିକୁ ହଟାଇ ଦିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏଥିସହ ବ୍ଲକ ଓ ପଂଚାୟତରେ କୌଣସି ନୂତନ କାର୍ଯ୍ୟ ହାତକୁ ନିଆଯିବ ନାହିଁ । ପ୍ରତ୍ୟେକ ରେଜିଷ୍ଟରକୁ ସିଜ୍ କରାଯାଇ ଦସ୍ତଖତ କରାଯାଇ ଛାଡି ଦିଆଯାଇଛି ।
Report- J Rout
Share and Subscribe



