ନିର୍ଧୁମ ଛେଚିଲେ ଗ୍ରାମବାସୀ

Spread the love

ଭୁବନେଶ୍ଵର,  ୨୮/୧/୨୦ (ସନ୍ଧାନ ନିଉଜ) : ଚୋରୀ ଉଦ୍ୟମ ଫେଲ। ଗ୍ରାମବାସୀଙ୍କ ଧରାପଡି ଧରାପଡି ନିର୍ଧୁମ ଛେଚା ଖାଇଛନ୍ତି। ବାଲେଶ୍ଵର ଜିଲ୍ଲା ଖଇରା ଥାନା ବରପଦା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଦୁଇଜଣ ଚୋରକୁ ଗ୍ରାମବାସୀ ପୋଲିସରେ ଜିମା ଦୋଇଛନ୍ତି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖଇରା ଥାନା ବରପଦା ଗାଁରେ ଦୁଇ ମଟର ସାଇକେଲ ଯୋଗେ ଚାରି ଜଣ ପଶିଥିଲେ। ଗାଁର ଷ୍ଟ୍ରିଟ୍ ଲାଇଟ୍ ଲିଭାଇ କ୍ଲବ୍ ଓ ମନ୍ଦିରରେ ଚୋରୀ କରିବା ପରେ କିଛି ଲୋକଙ୍କ ଘରେ ଚୋରୀ ଉଦ୍ୟମ କରୁଥିଲେ। ସେହି ସମୟରେ ଗାଁ ଲୋକ ଦୁଇ ଚୋରଙ୍କୁ କାବୁ କରିନେଇଥିଲେ। ଉଭୟଙ୍କୁ ଦୌଡିରେ ବାନ୍ଧି ମାଡ ମାରିବା ସହ ଗୋଟିଏ ମଟର ସାଇକେଲକୁ ମଧ୍ୟ ଜବତ କରିଛନ୍ତି।

Related Posts

About The Author

Add Comment