ନିରାଡମ୍ବର ଭାବେ ପୂଜା ପାଇଲେ ଦେବଶିଳ୍ପୀ

Spread the love

ରାଉରକେଲା, ୧୭/୦୯/୨୦ (ସନ୍ଧାନ ନିଉଜ) :  ଆଜି ରାଉରକେଲାରେ ଦେବଶିଳ୍ପୀ ବିଶ୍ୱର୍କମାଙ୍କ ପୂଜା ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି । କରୋନା ମହାମାରୀ ଯୋଗୁ ପେଣ୍ଡାଲରେ ବଡ ମୂର୍ତି, ଆଲୋକ, ତୋରଣକୁ ବାଦ ଦିଆଯାଇଥିଲା । କେବଳ ସହରର କିଛି ଗ୍ୟାରେଜରେ ଛୋଟ ମୂର୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଦକ୍ଷିଣ ରାଉରକେଲାର ଦେଓଗାଁ, ଜଲଦ. ସାରନଗରୀ ଆଦି ଅଂଚଳରେ ଥିବା ଗାଡ଼ି ଗ୍ୟାରେଜ, ସାଇକେଲ ଦୋକାନ, ମୋଟର ପାଟର୍ସ ଦୋକାନରେ ଦେବଶିଳ୍ପୀଙ୍କ ଆବାହନ କରାଯାଇଥିଲା । ଚଳିତ ବର୍ଷ  ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଶ୍ୱକର୍ମା ପୂଜା ଯାକଜମକରେ ନହେବା କାରଣରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୈରାଶ୍ୟର ବାତାବରଣ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ବ୍ୟକ୍ତି ସେମାନେ ଚାଳନା କରୁଥିବା ସାଇକେଲ, ବାଇକ, ଅଟୋ, ଯାତ୍ରୀବାହାି ବସ, ଡମ୍ପର, ଟ୍ରଲର ଆଦିକୁ ପୂଜାର୍ଚ୍ଚନା କରିବା ସହ ଫୁଲରେ ସୁସଜ୍ଜିତ କରିଥିଲେ ।

Related Posts

About The Author

Add Comment