ନିମ୍ନମାନ କଂକ୍ରିଟ ରାସ୍ତା କରି ଟଙ୍କା ହଡପ

Spread the love

ସୁନ୍ଦରଗଡ଼ ତା:୨୬-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ପଞ୍ଚାୟତ ର ମୁଖ୍ୟ ରାସ୍ତା ରୁ କୁବାପଡା କୁ ଯାଇଥିବା ରେ ନୂତନ କଂକ୍ରିଟ ରାସ୍ତା ଟି ଅତି ନିମ୍ନମାନ କାମ କରିଥିବା ଯୋଗୁଁ ରାସ୍ତା ଟି ଫାଟି ଫାଟି ଯାଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଜିଲ୍ଲା ପରିଷଦ ଫଣ୍ଡ ରୁ ବନଡେଗା ମୁଖ୍ୟ ରାସ୍ତା ରୁ କୁବା ପଡା କୁ ଯାଇଥିବା କଂକ୍ରିଟ ରାସ୍ତା ପାଇଁ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନିମ୍ନମାନ କାମ କରି ଟଙ୍କା ହଡପ କରିଥିବା ଖବର ସାମ୍ନା କୁ ଆସିଛି l ରାସ୍ତା ତିଆରି କରିବାର ୩ମାସ ନ ବିତୁଣୁ ରାସ୍ତା ଫାଟି ଫାଟି ଯାଇଥିବା ଦେଖିବାକୁ ମିଳିଛି l ସତ କହିବାକୁ ଗଲେ ସରକାର କଂକ୍ରିଟ ରାସ୍ତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ତାହା ଅଧା ଖର୍ଚ୍ଚ ରେ ରାସ୍ତା କୁ ନିମ୍ନମାନ ତିଆରି କରି ଠିକାଦାର ଟଙ୍କା ହଡପ କରିବାରେ ପଛେଇ ନାହାନ୍ତି l ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ଗ୍ରାମବାସି ଏହି ରାସ୍ତା କୁ ଭଲ ତଦାରଖ କରି ଭଲ ଭାବରେ ତିଆରି କରିବା ପାଇଁ ଦାବି କରୁ ଥିବା ଜାଣିବାକୁ ମିଳିଛି l

Related Posts

About The Author

Add Comment