ଯାଜପୁର ସଦର, ୨୪ା୦୭ (ସନ୍ଧାନ ନିୟୁଜ): ରସୁଲପୁର ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ନଥେଇପରୁ ଠାରେ କରାଯାଇଥିବା ୨୫ ଲକ୍ଷଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଅତି ନିମ୍ନମାନର କାର୍ଯ୍ୟ ଠିକାଦାର କରିଥିବାରୁ ଏନେମା କ୍ୱାଟର ଗୁଡ଼ିକରେ ଫାଟ ସୃଷ୍ଟି ହୋଇଥିବା ବେଳେ, କେତେବେଳେ ଧସି ନଯିବ ତାହା କହି ହେବନାହିଁ । ତମର ଅଧେକୁ ଆମର ଅଧେ ରାଧେ ରାଧେ କରି ଭାଗ ନେତା ମାନେ ବାଣ୍ଟି ନେବା ସହିତ ସ୍ୱାସ୍ଥ୍ୟକର୍ମୀ (ଏ.ଏନ୍.ଏମ) କ୍ୱାଟରରେ ଫାଟ ସୃଷ୍ଟି ହେଲା । ଘରର ପଛପଟ ଫାଟି ଯିବା ସହିତ ଅତି ନିମ୍ନମାନର ରାଙ୍ଗ ହୋଇଥିବା ପଲସ୍ତରା ଗୁଡ଼ିକ ଛାଡ଼ି ଯାଉଚି । ଯାହାକି ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟ କରୁଚି । ୨୫ ଲକ୍ଷ ଟଙ୍କାରେ କାର୍ଯ୍ୟ କରାଯାଇଥିବା ଘର କିପରି ଫାଟିଲା ତାହା ତଦନ୍ତ କରାଯିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଉଚି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ବେଶ ଚର୍ଚ୍ଚା ଚାଲିଚି । ଘର ମଧ୍ୟରେ ଉଇ ହୁଙ୍କା ଠାରୁ ଆରମ୍ଭ କରି ସାପ ମାନେ ବାସ କରୁଛନ୍ତି । ବିଭିନ୍ନ ଜୀବ ଜନ୍ତୁ ରହୁଚନ୍ତି । ଏହି ଘରକୁ ରଙ୍ଗ କରାଯାଇ ସ୍ୱାସ୍ଥ୍ୟ ବିଭାଗ କାମ ସାରି ଦେଇଥିବାରୁ ବାହା ବାହା ନେଉଚି । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନାଲି ଆଖି ଦେଖାଇବା ସହିତ ବଡ଼ପଣ୍ଡାମାନେ ଏହି ଘରେ ମାଲାମାଲ ହୋଇଛନ୍ତି ।
ନିମ୍ନମାନର କାର୍ଯ୍ୟ କରାଯିବାରୁ ସ୍ୱାସ୍ଥ୍ୟକର୍ମୀ କ୍ୱାଟରରେ ଫାଟ
|
July 24, 2022 |