ନିତ୍ୟାନନ୍ଦ ପ୍ରଧାନ ସରପଞ୍ଚ ଭାବେ ନିର୍ବାଚିତ

Spread the love
ବୁଗୁଡା, ୨୩/୧୨/୨୦ (ସନ୍ଧାନ ନିଉଜ) : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ଉପନିର୍ବାଚନରେ ନିତ୍ୟାନନ୍ଦ ପ୍ରଧାନ ୧୮୯ ଖଣ୍ଡ ଅଧିକ ଭୋଟ ପାଇଁ ସରପଞ୍ଚ ଭାବେ  ନିର୍ବାଚିତ ହୋଇଛଥିବା ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ବିଜୟୀ ପ୍ରାର୍ଥୀ ନିତ୍ୟାନନ୍ଦ ପ୍ରଧାନ ୯୩୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରାର୍ଥୀ ଡ଼ି.ସତ୍ୟନାରାୟଣ ଆଚାରୀ ୭୪୨ ଖଣ୍ଡ ଭୋଟ ପାଇଛନ୍ତି। ଆଉ ଦୁଇଜଣ ପ୍ରାର୍ଥୀ ଅମାନତା ହରାଇଛନ୍ତି। ପୂର୍ବତନ ସରପଞ୍ଚ ୩ ଟି ସନ୍ତାନର ପିତା ହୋଇଥିବା ଯୋଗୁଁ ସେ ପଦବୀ ହରାଇଥିଲେ। ପୂର୍ବତନ ସରପଞ୍ଚଙ୍କ ପୁଅ ନିତ୍ୟାନନ୍ଦ ପ୍ରଧାନ ସରପଞ୍ଚ ଭାବେ ନିର୍ବାଚିତ ହୋଇ ତାଙ୍କ ପିତାଙ୍କ ସାଥିରେ ଜନସାଧାରଣ ରହିଥିବା ପ୍ରମାଣିତ କରିଛନ୍ତି।

Related Posts

About The Author

Add Comment