ନିଜ ମୋବାଇଲ୍‌ରୁ ଆଧାର କାର୍ଡରେ କରିପାରିବେ ସଂଶୋଧନ

Spread the love

ନୂଆଦିଲ୍ଲୀ, 10.01.2021(ସନ୍ଧାନ ନିଉଜ୍) ଅନେକ କାର୍ଯ୍ୟରେ ଆଧାର ବାଧ୍ୟତା ମୂଳକ ହୋଇ ପଡିଛି । ଏହା ବେଶ୍‌ ଜରୁରୀ ପରିଚୟ ପତ୍ର । ମାତ୍ର ବେଳେ ବେଳେ ଆଧାରରେ କିଛି ତ୍ରୁଟି ରହିଯାଇଥାଏ । ଏଥିପାଇଁ ଆପଣ ବ୍ୟସ୍ତ ହେବାର କିଛି କାରଣ ନାହିଁ । ଆଧାରରେ ନାମରେ କିଛି ତ୍ରୁଟି ଥିଲେ କିମ୍ବା ଠିକଣା ବଦଳାଇବାର ଥିଲେ ଆପଣ ତାହା ଅନ୍‌ଲାଇନ୍‌ କରିପାରିବେ । ଏପରିକି ଏହାକୁ ଆପଣ ମୋବାଇଲ୍‌ ମାଧ୍ୟମରେ ମଧ୍ୟ କରିପାରିବେ । ସାଧାରଣତଃ ବିଭିନ୍ନ ସରକାରୀ କାର୍ଯ୍ୟରେ ଆଧାରର ଆବଶ୍ୟକତା ପଡିଥାଏ । ମାତ୍ର ଆଧାରରେ ସାମାନ୍ୟ ତ୍ରୁଟି ରହିଥିଲେ ବିଭିନ୍ନ ସମୟରେ ଅସୁବିଧା ହୋଇଥାଏ ।

ଆଧାରରେ ସମସ୍ତ ତଥ୍ୟ ଠିକ୍‌ ଦେବା ଆବଶ୍ୟକ । ଆଧାର କାର୍ଡରେ ତଥ୍ୟ ଭୂଲ୍‌ ଥିଲେ ଆପଣ ମୋବାଇଲ୍‌ଫୋନ୍‌ରେ ଏହାକୁ ଠିକ୍‌ କରିପାରିବେ । UIDAI ସହାୟତାରେ ଆପଣ ଥିବା କେତକ ତ୍ରୁଟିକୁ ସୁଧାରି ପାରିବେ । ପୂର୍ବରୁ ସେଲ୍ଫ ଅପ୍‌ଡେଟ୍‌ ସର୍ଭିସ୍‌କୁ ବନ୍ଦ କରାଯାଇଥିଲା । ଏବେ ଏହାକୁ ପୁଣି ଚାଲୁ କରାଯାଇଛି । ଏଥିରା ଆପଣ ଜନ୍ମ ତାରିଖ, ଘରର ଠିକଣା ଏବଂ ମୋବାଇଲ୍‌ ନମ୍ବର ମଧ୍ୟ ଠିକ୍‌ କରିପାରିବେ । ଏଥିପାଇଁ କେବଳ ଆଧାର କାର୍ଡ ନମ୍ବର ଏବଂ ଇଣ୍ଟରନେଟ୍‌ ଥିବା ଆବଶ୍ୟକ ।

କେମିତି କରିବେ ସୁଧାର :-Aadhaar Card ଅଫିସିଆଲ୍‌ ଓ୍ୱେବସାଇଟ୍‌ uidai.gov.in ଓପନ୍‌ କରନ୍ତୁ ।

ହୋମ୍‌ ପେଜ୍‌ ଯଆଇ MY Aadhaar ଅପସନ୍‌ କ୍ଲିକ୍‌ କରନ୍ତୁ

–ଏବେ Update Your Aadhaar ସେକ୍ସରେ ପହଞ୍ଚିବେ । Update your Demographics Data Onlineର ଅପସନ୍‌ କ୍ଲିକ୍‌ କରନ୍ତୁ ।

ଏଥିରେ ଆପଣUIDAI ସେଲ୍ପ ଅପ୍‌ଡେଟ୍‌ ଓ୍ୱେବସାଇଟ୍‌ ssup.uidai.gov.in ରେ ପହଞ୍ଚିବେ ।

ଏବେ ଆପଣଙ୍କର ୧୨ ଡିଜିଟ୍‌ ଆଧାର ନମ୍ବର ଅପ୍‌ଡେଟ୍‌ କରିବା ପାଇଁ ପଡିବ ।

-ଏହାପେର ଆପଣ Send OTP ରେ କ୍ଲିକ୍ କରିବେ । ଏଥିରେ ରେଜିଷ୍ଟର ମୋବାଇଲ୍‌ ଫୋନ୍‌ରେ ଓଟିପି ଆସିବ ।

-OTP ଦେବାପରେ ଏକ ନୂଆ ପେଜ୍ ଆସିବ । ଏଥିରେ ଆପଣଙ୍କର ପର୍ସନାଲ ଡିଟେଲସ୍‌ ସହ ଜନ୍ମ ତିଥି ଏବଂ ଅନ୍ୟ ବିଷୟରେ ତଥ୍ୟ ରହିଥିବ । ଏହାପରେ ଆପଣ ଯେଉଁଥିରେ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ସେଥିରେ କ୍ଲିକ୍‌ କରନ୍ତୁ । ଯେଉଁଥିରେ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ,ସେଥିରେ ପରିବର୍ତ୍ତନ କରିବେ । ନାମକୁ ଠିକ୍‌ କରିବା ପାଇଁ ଆପଣଙ୍କର ଏକ ଆଇଡି ପ୍ରୁଫ୍‌ ରହିଥିବା ଆବଶ୍ୟକ । ପ୍ୟାନ କାର୍ଡ, ଡିଏଲ୍‌, ଭୋଟର ଆଇଟି କାର୍ଡ କିମ୍ବା ରାସନ କାର୍ଡ ଥିଲେ ଚଳିବ । ନମ୍ବର ଭେରିଫିକେସ୍‌ ପାଇଁ ଓଟିପି ଆସିବ ଏଥିରେ ଆପଣ ପରିବର୍ତ୍ତନ କରିପାରିବେ ।

Related Posts

About The Author

Add Comment