ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

Spread the love
ବାଲିଗୁଡା:୧୧/୦୧/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ବିସର୍ବା ପ୍ରଧାନ (୨୮)। ସୂଚନା ଅନୁସାରେ, ଯୁବକ ଜଣକ ୮ ମାସ ପୂର୍ବେ ଟିକାବାଲି ବ୍ଲକ ଗାରେଡି଼ଙ୍ଗିଆ ଟୁଡୁବାଲିରେ ବିବାହ କରିଥିଲେ। କୌଣସି କାରଣବଶତଃ ତାଙ୍କ ପତ୍ନୀ ନିଜ ବାପଘରକୁ ଯାଇ ଫେରି ନଥିଲେ। ବାରମ୍ବାର ନିଜ ପତ୍ନୀକୁ ଘରକୁ ଡାକିବା ପରେ ସେ ନ ଫେରିବାରୁ ଯୁବକ ଜଣକ ପ୍ରାୟତଃ ମାନସିକ ଚାପରେ ରହୁଥିବା ଗ୍ରାମବାସୀ କହିଛନ୍ତି। ଯୁବକଙ୍କ ୩ଭାଇ ଏବଂ ୨ ଭଉଣୀ ଥିବା ସୂଚନା ରହିଛି। ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଜି. ଉଦୟଗିରି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ହୁତୁହୁତୁ ହୋଇ ଜଳୁଥିବା ଡାଲା ଗାଡ଼ିକୁ ନିଆଁ ଦାଉରୁ ଆୟତ୍ତ କରିଛି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ଆତ୍ମହତ୍ୟା କିଭଳି ପରିସ୍ଥିତିରେ ଏବଂ କାହିଁକି ଘଟିଲା ଛାନ ଭିନ ଆରମ୍ଭ କରିଥିବା ଜଣାପଡିଛି ।

Related Posts

About The Author

Add Comment