ମାଣତ୍ରୀ,04.12.2020 (ଲିଙ୍ଗରାଜ ପଣ୍ଡା): ମାଣତ୍ରୀର ସର୍ବ ପୁରାତନ ଶୈବପୀଠ ତଥା ହରିହର କ୍ଷେତ୍ରର ନିର୍ମାଣଶୈଳୀ ଓ ୩ମାଇଲ ବ୍ୟାପି ଜଳାଶୟ କୁଣ୍ଡିର ଆବିଭାବ ଅତ୍ୟନ୍ତ ଚିତାକର୍ଷକ ଖ୍ରୀଷ୍ଟାବ୍ଦ ୧୪୦୦ରେ ତତ୍କାଳୀନ ଗଜପତି ବଂଶର ରାଜା ପଶ୍ଚିମାଞ୍ଚଳ ଭ୍ରମଣରେ ଆସିଥିବା ସମୟରେ ମାଣତ୍ରୀଠାରେ ଅବସ୍ଥାନ କରିଥିଲେ । ସେ କୃଷ୍ଣ ରୋଗରେ ପୀଡିତ ଥିବା ହେତୁ ରୋଗର ଆରୋଗ୍ୟ ପାଇଁ ଏହି ରାସ୍ତା ଦେଇ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ । ରାତିରେ ଶୋଇଥିବା ସମୟରେ ତାଙ୍କୁ ଶିବଙ୍କ ସ୍ଵପ୍ନାଦେଶ ହୋଇଥିଲା । ସତକୁ ସତ ରାଜା ପରଦିନ ଶିବଙ୍କୁ ଦର୍ଶନ କରିଥିଲେ ତେବେ ପୁରୁଖାମାନେ କହନ୍ତି ବର୍ତ୍ତମାନ ହୋଇଥିବା କଖାରୁଆ ବୈଦ୍ୟନାଥ ମନ୍ଦିର ସ୍ଥାନଟି ଏକ ଘଞ୍ଚ ନଟାଳିଆ ଜଙ୍ଗଲ ଥିଲା । ଜଙ୍ଗଲ ମଧ୍ୟରେ ଗଙ୍ଗାହାର ନଦୀରେ ପ୍ରାୟ ୩ମାଇଲ ବ୍ୟାପି ଗଭୀର ଜଳାଶୟ କୁଣ୍ଡି ଅତିବାହିତ ହୋଇଥିଲା । ଏବେ ମଧ୍ୟ ଉକ୍ତ କୁଣ୍ଡି ରହିଛି ଏହାର ଗଭୀରତା କେତେ କହିବା ଅସମ୍ଭବପର କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଗୋଟିଏ ଗାଈ ପ୍ରତିଦିନ ଏହି ନଦୀର ଗଭୀର କୁଣ୍ଡ ପାରି ହୋଇ ନଦୀ ଆରପାର୍ଶ୍ୱକୁ ଯାଏ । ପୁଣି କିଛି ସମୟ ପରେ ରିଆସେ ପୁଣି ରାଜାଙ୍କୁ ପ୍ରାତଃ ସମୟରେ ଏହି ନଦୀରେ ସ୍ନାନ କଲେ ମହାଦେବଙ୍କୁ ଦେଖୁପାରିବ ବୋଲି ସପ୍ତାଦେଶ ହୋଇଥିଲା । ତହିଁ ପରଦିନ ପ୍ରାତଃ ସମୟରେ ରାଜା ନର୍ତ୍ତୀକୁ ସ୍ନାନ କରିବାରୁ ପାଣି ଭିତରେ ଥିବା ଏକ କଖାରୁ ଗଛମୂଳେ ମହାଦେବଙ୍କୁ ଦର୍ଶନ କରିଥିଲେ । ପ୍ରତିଦିନ ଉକ୍ତ ଗାଈ ସେହି ସ୍ଥାନରେ ପହି ପ୍ରତିଦିନ କ୍ଷୀର ଦେଉଥିବା ରାଜା ମଧ୍ୟ ଦର୍ଶନ ପାଇଥିଲେ ଗଜପତି ରାଜା ସଙ୍ଗେ ସଙ୍ଗେ ସୈନ୍ୟ ସାମନ୍ତ ସହିତ ଉକ୍ତ ସ୍ଥାନରେ ଖୋଜାଖୋଜି କରି ଶିବଙ୍କ ଜ୍ୟୋତିର୍ଲିଙ୍ଗ ପ୍ରାପ୍ତ କରିଥିଲେ । ସେହିଠାରେ ହିଁ କଖାରୁଆ ମହାଦେବଙ୍କୁ ସ୍ଥାପନ ମନ୍ଦିରର ଚତୁଃପାର୍ଶ୍ବରେ ମାଙ୍କଡିଆଶିଳା ପଥର ଶୀଳାନ୍ୟାସ କରି ରାଜା ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରଟି ଗଭୀର କୁ ଜଳାଶୟ ମଧ୍ୟରେ ନିର୍ମାଣ ହୋଇଥିବାରୁ ଜଳାଶୟର ନାମ କଖାରୁଆ ବୈଦ୍ୟନାଥ କୁଣ୍ଡି ନାମରେ ନାମିତ କରିଥିଲେ । ପରବର୍ତ୍ତୀ ସମୟରେ ମାନଗୋବିନ୍ଦ ସରଦାର । ଜଣେ ପୁରୀ ଯୁବରାଜ କଖାରୁଆ ଦେବଙ୍କୁ ଆଣି ମାଣତ୍ରୀର ଏକ ଦୁର୍ଗ ନିର୍ମାଣ କରି ରଖୁଥିଲେ । ଯାହା ମାଣତ୍ରୀ ଗଡ ନାମରେ ନାମିତ କିଛି ବର୍ଷ ପରେ ମାନଗୋବିନ୍ଦ ସରଦାର ଯୁବରାଜ କଖାରୁଆ ଦେବଙ୍କୁ ଷଡଯନ୍ତ୍ର କରି ନିହତ କରି ନିଜେ ଗଡ ଅଧୁକାର କରିଥିଲେ । ସରଦାରଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟାବ୍ଦ ୧୫୫୬ରେ ମୟୁରଭଞ୍ଜର ତତ୍କାଳୀନ ଭଞ୍ଜ ବଂଶୀୟ ରାଜା ବୈଦ୍ୟନାଥ ଭଞ୍ଜ ଷୋଡ଼ଶ ଶତାବ୍ଦୀରେ ବହୁ ମଠ,ମନ୍ଦିର ନିର୍ମାଣ କରିଥିବାରୁ ମୟୁରଭଞ୍ଜ ଜିଲ୍ଲା ମାଣତ୍ରୀ ତାଙ୍କ ଶାସନାଧୀନ ଥିଲା । ଏଣୁ ଶିବ ମନ୍ଦିରକୁ ସଂଲଗ୍ନ କରାଇ ନାଟ ମନ୍ଦିର ଓ ଜଗନ୍ନାଥ ମନ୍ଦିର କରିଥିଲେ । ଏଠାରେ ଦବାମନା ରୂପି ଶ୍ରୀଶ୍ରୀ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ ସେହି ସମୟଠାରୁ ହର ଓ ହରି ଏକ ସଙ୍ଗରେ ଥିବାରୁ ମାଣତ୍ରୀ ହରୀହର କ୍ଷେତ୍ର ନାମରେ ନାମିତ ହୋଇ ସାରା ଓଡିଶାରେ ସୁଖ୍ୟାତି ଲାଭ କଲା ।