-
୫୦ ଅଧିକ ଆହତ ଡାକ୍ତରଖାନାରେ ଭର୍ତ୍ତୀ
-
ସର୍ଟସର୍କିଟ୍ ଯୋଗୁଁ ଲାଗିଥିଲା ନିଆଁ ।
ନୂଆଦିଲ୍ଲୀ ୦୮/୧୨ (ସନ୍ଧାନ ନିୟୁଜ୍) ଦିଲ୍ଲୀ ଝାଂସି ରୋଡରେ ଥିବା ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ୪୩ କୁ ବୃଦ୍ଧି ହେଲାଣି । ଶେଷ ଖବର ସୁଦ୍ଧା ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ନିଆଁ ଲିଭା କାମରେ ୩୦ ଟି ଦମକଳ ଲାଗିଥିବା ବେଳେ ଉଦ୍ଧାର କାମରେ ନିୟୋଜିତ ହୋଇଛି ୨୬ ଟି ଆମ୍ବୁଲାନ୍ସ ।
ସୂଚନା ଅନୁସାରେ ଦିଲ୍ଲୀର ଏହା ସବୁଠାରୁ ବଡ ଅଗ୍ନିକାଣ୍ଡ । ନିଆଁ ଭିତରୁ ପ୍ରାୟ ୫୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ଦିଲ୍ଲୀର ୪ ଟି ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ଦିଲ୍ଲୀର ରାମ ମନୋହରଲାଲ ଲୋହିଆ, ଏଲଏନଜେପି, ହିନ୍ଦୁ ରାଓ ଏବଂ ସଫଦରଜଙ୍ଗ ଡାକ୍ତରଖାନାରେ ସମସ୍ତ ଆହତଙ୍କୁ ଭର୍ତ୍ତୀ କରାଯାଇଛି । କେବଳ ସଫଦରଜଙ୍ଗ ଡାକ୍ତରଖାନାରେ ୪୫ ଜଣ ଆହତ ଭର୍ତ୍ତୀ ହୋଇଥିବା ଜଣାପଡିଛି । ତେବେ ମଣ୍ଡି ଥିବା ସ୍ଥାନ କୋଠାଟି ତିନି ମହଲା ବିଶିଷ୍ଟ । ତଳ ମହଲାରେ ମଣ୍ଡି ଥିବା ବେଳେ ପ୍ରଥମ ମହଲାରେ ବ୍ୟାଗ୍ ତିଆରି ଫ୍ୟାକ୍ଟ୍ରି ଥିଲା । ଉପର ମହଲାରେ ରହିଥିଲା ପାଉଁରୁଟି କାରଖାନା ।
REPORT- PRASANTA SAMAL