ସଠିକ୍ ସମୟରେ ବର୍ଷା ହୋଇନଥିବାରୁ ଗଜା ହେଲାନାହିଁ ବିହନ
ଗଜା ଧାନ ପାଇଁ ପାଣି ନାହିଁ
କେନାଲରୁ ଦଳସଫା ସରିନଥିବାରୁ ପାଣି ଆସିପାରୁନି
ଯାଜପୁର, (ସନ୍ଧାନ ନିୟୁଜ/ ସନ୍ତୋଷ ରାଉତ) କଥାରେ ଅଛି ଚାଷ କାର୍ଯ୍ୟ ଯାହାର କେଡେ ଆନନ୍ଦ ତାହାର । ଅର୍ଥାତ ଯିଏ ଚାଷ କରେ ସେ ମହା ଆନନ୍ଦରେ ରହିଥାଏ । କିନ୍ତୁ ଏହି ଉକ୍ତିଟି ଆଜିର ଯୁଗରେ ମିଛ ବୋଲି ପ୍ରମାଣିତ ହେଉଛି । ପ୍ରତି ବର୍ଷରେ ଚାଷୀ ମାନେ ଚାଷରେ କ୍ଷତି ସହିବା ସହିତ ଆତ୍ମହତ୍ୟାର ପଥକୁ ବାଛିନେଉଛନ୍ତି । ଚଳିତ ବର୍ଷ ମଣ୍ଡି ପକୃତ ଚାଷୀଙ୍କ ଧାନ କିଣିବାରେ ଅହେତୁକ ବିଳମ୍ବ ଏବଂ ଚାଷୀକୁ ବିହନ ସାର ନମିଳିବା ଏବଂ ଚାଷୀର ସାର କଳାବଜାରରେ ବିକ୍ରି ହେବା ଯୋଗୁ ଚାଷୀମାନେ ନାନାଦି ହଇରାଣ ହୋଇଛନ୍ତି । ଏପରକି ନିଜର ପ୍ରାଇସ ପ୍ରେଷ୍ଟିଜ୍ ଏବଂ ପେନସନ୍ ପାଇଁ ଚାଷୀମାନେ ବିଭନ୍ନ ସମୟରେ ଆନ୍ଦୋଳନ କରିଛନ୍ତି । ମାତ୍ର ସରକାର ଚାଷୀ ମାନଙ୍କ ସବୁ ସମସ୍ୟା ସମାଧାନ ହୋଇନାହିଁ । ଚଳିତବର୍ଷ ଚାଷକାର୍ଯ୍ୟ ଆରମ୍ଭରୁ ବର୍ଷା ହୋଇନଥିବାରୁ ଯେଉଁ ବିହନ ବୁଣାଯାଇଥିଲା ତାହା ଗଜା ହେଲାନାହିଁ । ଫଳରେ ଧାନ ଗଛବି ବିଲରୁ ଉଠିନଥିଲା । ଧର୍ମଶାଳା, ଚଣ୍ଡିଖୋଲ, ବଡଚଣା, ପଶ୍ଚିିମବଡଚଣାର ଶାଳପଡା, ପାରିଆ, ଭୁଷୁଣ୍ଡପୁର, ସମିଆ, ସିହା, କାଇମାଟିଆ, ଚଣ୍ଡିତଳ ଆଦି ପଂଚାୟତର ବିଭିନ୍ନ ମୌଜା ଏବଂ ଧର୍ମଶାଳାର ନେଉଳପୁର, ହରିଦାସପୁର, ଆରୁହା, ଶ୍ରୀବନ୍ତପୁର, ବାଟିଜଙ୍ଗା, ମୁରାଲୀପୁର, ଥାନୁଆଳ, ହରିଦେଇପୁର, ସୁନ୍ଦରିଆ, ପ୍ରତାପପୁର ଆଦି ମୌଜାରେ ଆଦୈ ବର୍ଷା ନହେବା ଯୋଗୁ ଅନେକ ବିଲ ହଳବି ହୋଇପାରିନଥିଲା । ଏପରକି ଅନେକ ବିଲ ଏବେ ସୁଧା ପଡିଆ ହୋଇ ପଡି ରହିଛି ।
ଅକ୍ଷିତୃତୀୟା ଠାରୁ ଚାଷୀମାନେ ଚାଷବିଲ ହଳ କରି ଧାନ ବୁଣିଥିଲେ । ହେଲେ ବର୍ଷା ନହେବାରୁ ଧାନ ବିହନ ବିଲକୁଲ ଗଜା ହେଲାନାହିଁ । ଫଳରେ ଚାଷୀମାନେ ବାଧ୍ୟ ହୋଇ ଏହାର କିଛିଦିନ ପରେ ସାମନ୍ୟ ବର୍ଷା ହେବାରୁ ପୁଣିଥରେ ଚାଷ କରି ଧାନ ବୁଣିଥିଲେ । ଏବେ ଧାନ ଗଜା ହେବାକୁ ଆସିଥିବା ବେଳେ ବର୍ଷା ବହୁତ କମ ହେଉଥିବାରୁ ବିଭିନ୍ନ ସ୍ଥାନରେ ଗଜା ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ଏପରିକି ଆରମ୍ଭରୁ ଚାଷୀମାନେ ୨ଥର ଟଙ୍କା ଖର୍ଚ୍ଚ କରି ଧାନ ବୁଣିଥିବା ବେଳେ ତାହାବି ଲାଭଦାୟକ ହେବନାହିଁ । ଯଦିଓ ମୌସୁମି ଆସିସାରିଛି ତଥାପି ବର୍ଷା ପରିମାଣ ଅଧିକ ହେଉନାହିଁ । ପୂର୍ବ ବର୍ଷ ଭୁବନେଶ୍ୱରରେ ବଷା ୧୯୮ମିଲିମିଟର ରେକର୍ଡ ହୋଇଥିବା ବେଳ ଚଳିତ ବର୍ଷ ୧୯୬ ଚଳିତ ବର୍ଷ ୧୬୩.୩ ରେକର୍ଡ ହୋଇଛି । ତେବେ ଗତବର୍ଷ ଠାର ୁ ଏହା ୪୦ପ୍ରତିଶତ କମ୍ ବର୍ଷା ହୋଇଛି । ଯାଜପୁର ଜିଲ୍ଲାରେ ମଧ୍ୟ ଚଳିତ ବର୍ଷ ୧୫୫ ମିଲିମିଟର ବର୍ଷ ରେର୍କଡ କରାଯାଇଥିବା ବେଳେ ଏହା ଓଡିଶାର ଅନ୍ୟନ ଜିଲ୍ଲା ଠାରୁ ୬୦ପ୍ରତିଶତ କମ୍ ରହିଛି । ବିଶେଷ କରି ଯାଜପୁରର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ଟିକେ ଅଧିକ ରହିଥିବା ବେଳେ ଧର୍ମଶାଳା ଏବଂ ବଡଚଣା ବ୍ଲକ ଅଂଚଳରେ ମାତ୍ରାଧିକ କମ୍ ରହିଛି । ଚଳିତ ବର୍ଷ ଜୁନୁ ଆରମ୍ଭରୁ ଜୁନ୍ ୨୯ମଧ୍ୟରେ ମୋଟ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ଥିବା ବର୍ଷାଜଳରୁ ୨୦ପ୍ରତିଶତ ହୋଇଛି । ମାତ୍ର ଉପଯୁକ୍ତ ଚାଷ କାର୍ଯ୍ୟ ପାଇଁ ଆହୁରି ୮୦ପ୍ରତିଶତ ବର୍ଷା ଜଳର ଆବଶ୍ୟକତା ରହିଛି । କେବଳ ବେ ଅଫ ବେଙ୍ଗଲରେ ସୃଷ୍ଟି ଲଘୁଚାପ ପାଇଁ ୧୯ପ୍ରତିଶତ ବର୍ଷା ହୋଇଥିବା ବେଳେ ତାହା ବି ପକୃତ ଚାଷ କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇପାରିନାହିଁ । ତେବେ ଓଡିଶାର ସନ୍ଦରଗଡ, ଢ଼େଙ୍କାନାଳ,ବୌଦ୍ଧ, ମୟୁରଭଞ୍ଜ, ଭଦ୍ରକ, କେଉଁଝର, ବାଲେଶ୍ୱର, କଟକ, ଅନଗୁଳର ମାତ୍ର ଗୋଟିଏ ଏବଂ ଦୁଇଟି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିଛି ।
ଯଦିଓ ଚାଷୀଙ୍କ ପାଇଁ ଅନେକ ୍ସ୍ଥାନରେ ଉଠାଜଳ ସେଚନ ପଏଂଟ କରାଯାଇଛି କିନ୍ତୁ ତାହା କାର୍ଯ୍ୟରେ ଆସୁନି । କିଛି ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଚାଲୁ ନଥିବା ବେଳେ ଅନେକ ଅଚଳ ହୋଇପଡି ରହିଛି । ଅନ୍ୟପଟରେ ଚାଷ ପାଇଁ ନିର୍ମିତ ହାଇଲେବଲ କେନାଲରେ ତୁରନ୍ତ ପାଣି ଆସିବା କଥା ମାତ୍ର ଅନେକ ସ୍ଥାନରେ କେନାଲ କାର୍ଯ୍ୟ ଖନନ କରାଯାଇଥିବା ବେଳେ ତାହା ସଠିକ୍ ଖନନ କରାଯାଇନଥିଲା । ଏପରକି କେନାଲରୁ ଦଳ ସଫା କାର୍ଯ୍ୟ ମଧ୍ୟ ଏପ୍ରର୍ଯ୍ୟନ୍ତ ସରିନଥିବାରୁ କେନାଲରେ ପାଣି ଆସିବାରେ ବିଳମ୍ବ ହେଉଛି । ଏହି କେନାଲରେ ଦଳ ସଫା କରିବା କାର୍ଯ୍ୟ ଚାଲିଥିବା ବେଳ ସଫା କରୁଥିବା ଲୋକମାନେ ଦଳକୁ କେନାଲ ଭିତରୁ ନବାହାର କରି ସେଠାରେ ମାଡି ଦେଇଥିଲେ ଫଳରେ ଅଳ୍ପ ଦିନ ଭିତରେ ଦଳଗୁଡିକ ପୁଣି ପାଣି ଉପରକୁ ବାହରକୁ ଆସିଯାଇଛି । ଏପରକି ଅନେକ ସ୍ଥାନରୁ ଦଳ ବିଲକୁଲ ସଫା ହୋଇନହିଁ । ଫଳରେ କେନଲରେ ଶ୍ରୀଘ ପାଣି ଆସିବାର ସମ୍ଭାବନା ନାହିଁ । ତେବେ ବର୍ଷା ନିଅଁଟିଆ ହୋଇଥିବାରୁ ଚାଷୀ ମାନେ ଚଳିତ ବର୍ଷ କିପରି ସଠିକ ସମୟରେ ଚାଷ କାର୍ଯ୍ୟ ହୋଇପାରିବ ସେ ନେଇ ଚିନ୍ତାରେ ପଡିଛନ୍ତି । ଯଦି ଚାଷକାର୍ଯ୍ୟ ପାଇଁ ସଠିକ୍ ପରିମାଣର ବର୍ଷା ନହୁଏ ତେବେ ଚାଷୀମାନେ ଏଥର ଅଧିକ ସଂଖ୍ୟାରେ ଆତ୍ମହତ୍ୟାର ପଥକୁ ବାଛିନେବେ ବୋଲି ବଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି । ତେବ କେନାଲର ଦଳ ସଫା ଏବଂ ପାଣି ଆସିବା ସମ୍ପର୍କରେ ଚଣ୍ଡିଖୋଲ ଏସ ଡି ଓ ଭାଗବତ ଜେନାଙ୍କୁ ପଚାରିବାରୁ ସେ ଦଳ ସଫା କାର୍ଯ୍ୟ ଚାଲିଛି ଆଉ ୮/୧୦ଦିନ ଭିତରେ ଦଳ ସଫା କାର୍ଯ୍ୟ ସରିଯିବ ଏହା ପରେ କେନାଲରେ ପାଣି ଆସିଯିବ ବୋଲି ପ୍ରକାଶ କରିଛନ୍ତି । ତେବେ ତୁରନ୍ତ କେନାଲରେ ପାଣି ଛାଡିବା ସହିତ କୃଷି ବିଭାଗ ପକ୍ଷରୁ ଚାଷବିଲକୁ ମୁକ୍ତଭାବରେ ପାଣିପମ୍ପ ସାହାର୍ଯ୍ୟରେ ଜଳ ଯୋଗାଇବାର ବ୍ୟବସ୍ଥା କରିବାକୁ ଚାଷୀକୂଳ ପକ୍ଷରୁ ଦାବି ହେଉଛି ।