ନିଃସହାୟଙ୍କୁ ଶୀତବସ୍ତ୍ର ବାଂଟିଲେ ଡାକ୍ତର

Spread the love

ରାଉରକେଲା,୧୦ /୧୨/୨୦୨୦ (ସନ୍ଧାନ ନିଉଜ):  ବଢିବାରେ ଲାଗିଛି ଥଣ୍ଡାର ପ୍ରକୋପ ।  ରାଉରକେଲାରେ ଏପରି କିଛି ମାନସିକ ବିକୃତ ବ୍ୟକ୍ତି ଅଂଚଳର ଏଣେତେଣେ ଦିନ ସମୟରେ ଘୁରି ବୁଲିବା ସହ ରାତ୍ରିରେ ବହୁ କଷ୍ଟରେ ଶୀତ ସଂଗ୍ରାମ ଜାରି ରଖିଛନ୍ତି ।  ଧନୀ ଓ ମଧ୍ୟବିତ ଶ୍ରେଣୀୟ ବ୍ୟକ୍ତି ମାନେ ନାମିଦାମୀ ଶୀତବସ୍ତ୍ର ପରିଧାନ କରି ଶୀତ ଦାଉରୁ ରକ୍ଷା ପାଇ ପାରୁଥିବା ବେଳେ, ଗରିବ ଶ୍ରେଣୀୟ ଲୋକ ତଥା ରାସ୍ତାଘାଟରେ ବିଚରଣ କରୁଥିବା ବୃଦ୍ଧ, ବୃଦ୍ଧା, ମାନସିକ ବିକୃତ ବ୍ୟକ୍ତି ମାନଙ୍କୁ  ବିନା ଶୀତବସ୍ତ୍ରରେ ବହୁ କଷ୍ଟରେ ରାତ୍ରି ଯାପନ କରିବା ବିଭିନ୍ନ ବସଷ୍ଟପ, ପରିତ୍ୟକ୍ତ ଘରେ ପ୍ରାୟତଃ ଦେଖିବାକୁ ମିଳୁଛି ।  ଅସହାୟ ମାନଙ୍କୁ ଶୀତ ଦାଉରୁ ସାମୟିକ ନିସ୍ତାର ଦେବା ପାଇଁ ଲାଠିକଟା ବ୍ଲକ ଅନ୍ତର୍ଗତ ବଜରଙ୍ଗୀ  ଛକ କଲୋନୀରେ ବସବାସ କରୁଥିବା ସାମାଜିକ କର୍ମୀ ରେଭେରେନ ଡାକ୍ତର ଅଭିଜିତ ପାଉଲ ଲାକ୍ରା ଦରିଦ୍ର ଶ୍ରେଣୀୟ ବ୍ୟକ୍ତି  ମାନଙ୍କୁ କମ୍ବଳ ବିତରଣ କରୁଥିବା ଦେଖିବାକୁ ମିଳିଛି ।   ଦକ୍ଷିଣ ରାଉରକକେଲାର ରାସ୍ତାଘାଟରେ ବିଚରଣ କରୁଥିବା ବେସାହାରା ବୃଦ୍ଧବୃଦ୍ଧା, ମାନସିକ ବିକୃତ ବ୍ୟକ୍ତି ମାନଙ୍କୁ ସେ ଯଥାସାଧ୍ୟେ କମ୍ବଳ ବିତରଣ କରିଛନ୍ତି । ଉକ୍ତ ଡାକ୍ତରଙ୍କ ଏଭଳି  ମହତକାଂକ୍ଷୀ ପ୍ରୟାସକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି ।

Related Posts

About The Author

Add Comment