ନାଲ୍‌କୋକୁ ସ୍ବଚ୍ଛ ଭାରତ ସମ୍ମାନ

Spread the love

ଭୁବନେଶ୍ବର,୨୭ /୨ (ସନ୍ଧାନ ନିଉଜ) : ରାଷ୍ଟ୍ରୟତ୍ତ ଉଦ୍ୟୋଗ ନାଲ୍‌କୋକୁ ସ୍ବଚ୍ଛ ଭାରତ ସମ୍ମାନ ପ୍ରଦାନ କରାଯାଇଛି। ନିକଟରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ସ୍ବଚ୍ଛତା ସମ୍ମେଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପରିମଳ ଦିଗରେ ଭିତ୍ତିଭୂମିର ବିକାଶ ଏବଂ ବିଦ୍ୟାଳୟ ପରିମଳ କ୍ଷେତ୍ରରେ ପଦକ୍ଷେପ ଯୋଗୁ ନାଲ୍‌କୋକୁ ଏହି ପୁରସ୍କାର ଦିଆଯାଇଛି। ନାଲ୍‌କୋ ପକ୍ଷରୁ ଓଡ଼ିଶା ଓ ଆନ୍ଧ୍ରର ୪୭୯ଟି ବିଦ୍ୟାଳୟରେ ଶୌଚାଳୟ ସ୍ଥାପନ କରାଯାଇଛି। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ପରିମଳ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ନାଲ୍‌କୋ ଉଲ୍ଲେଖନୀୟ କାମ କରିଛି। ଏହି ଅବସରରେ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦଙ୍କୁ ସିଏସ୍‌ଆର୍‌ ଲିଡର୍‌ସିପ୍ ସମ୍ମାନ ପ୍ରଦାନ କରାଯାଇଛି। ନାଲ୍‌କୋର ସିଏସ୍‌ଆର୍‌ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Related Posts

About The Author

Add Comment