ରସୁଲପୁର, ୭/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରଠାରେ ଆଜି ବିଜୁ ଯୁବବାହିନୀ ପକ୍ଷରୁ ନାରୀ ନିର୍ଯ୍ୟାତନ, ନିଶାମୁକ୍ତ ଓଡିଶା ଗଠନ ଦାବିରେ ଭୂବନେଶ୍ୱର ସ୍ଥିତ ରାଜଭବନ ଅଭିମୂଖେ ବାହାରିଥିବା ପଦଯାତ୍ରୀ ଦଳକୁ ଭବ୍ୟ ସ୍ୱାଗତ ଜଣାଯାଇଛି ।
ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ସମାଜସେବା ବିଭାଗ ପକ୍ଷରୁ ଅଂଶୁମାନ ଦାସ ଓ ମନୋରଂଜନ ସିଂଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲା ବାରିପଦାଠାରୁ ଅଭିଯାତ୍ରୀ ଦଳ ବାହାରି ବୁଧବାର ପୂର୍ବାହ୍ନରେ କୁଆଖିଆ ବଜାରଠାରେ ପହଁଚିଥିଲେ । ଏହି ଅବସରରେ ବିଜୁ ଯୁବ ବାହିନୀ ପକ୍ଷରୁ ଜିଲା ସଂଯୋଜକ ରାଜନାରାୟଣ ଯେନା, ବ୍ଲକ ସଂଯୋଜକ ସାଗର ଦାସ, ବରୀ ବ୍ଲକ ସଂଯୋଜକ କୃଷ୍ଣଚନ୍ଦ୍ର ପତ୍ରୀ, ସଦସ୍ୟା ମନ୍ଦାକିନୀ ଦଳାଇ, ସୁପ୍ରିୟା ସାହୁ, ଜଗନ୍ନାଥ ସାହୁ, ମାସୋ ସାମଲ, ଶ୍ରୀକାନ୍ତ ସାହୁ, ସନ୍ତୋଷ ସାହୁ ପ୍ରମୁଖ ପଦଯାତ୍ରୀଙ୍କ ନେତୃମଣ୍ଡଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଶ୍ରୀ ଦାସ ଓ ସିଂଙ୍କ ନେତୃତ୍ୱ ଓ ଚିନ୍ତାଧାରାକୁ ଯୁବ ବାହିନୀର କର୍ମକର୍ତ୍ତା ଓ ସଦସ୍ୟଗଣ ସମ୍ମାନ ଜଣାଇଥିଲେ ।
ନାରୀ ନିର୍ଯ୍ୟାତନା, ନିଶାମୁକ୍ତ ଓଡିଶା ଅଭିଯାତ୍ରୀ ଦଳକୁ ସ୍ୱାଗତ
|
March 7, 2019 |



