ପାଳଲହଡ଼ା,୧୩/୧/୨୦୨୦ (ସନ୍ଧାନ ନିଉଜ) : ନାବାଳକକୁ ବାଇକ ଚଳାଇବାକୁ ଦେଇ ୨୬ ହଜାର ଟଙ୍କା ଫାଇନ ଗଣିଛନ୍ତି ଜଣେ ଗାଡ଼ିମାଲିକ । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ । ରବିବାର ଦିନ ସ୍ଥାନୀୟ ଝିମିରିପାଳି ପାଖରେ ଜାତୀୟ ରାଜପଥ 149ରେ ପIଲଲହଡା ପୋଲିସ ଏବଂ ତାଳଚେର ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ଜଣେ ନାବାଳକ ଏକ ବଜାଜ ପ୍ଲାଟିନା ମୋଟର ସାଇକେଲ OR-19J-5635କୁ ଚଳାଇ ଆସୁଥିବା ଦେଖି ପୋଲିସ ତାଙ୍କୁ ଅଟକାଇ ଡ୍ରାଇଭିଂ ଲାଇସେନ୍ସ ସହ ଗାଡି କାଗଜପତ୍ର ମାଗିଥିଲେ । କିନ୍ତୁ ନାବାଳକ ଜଣକ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ମୋଟର ଆକ୍ଟ ଅନୁଯାୟୀ ଗାଡି ମାଲିକଙ୍କ ବିରୁଦ୍ଧରେ ତାଳଚେର ଏମ୍.ଭି.ଆଇ ୨୬ ହଜାର ଟଙ୍କା ଫାଇନ କରିଥିବା ଜଣାପଡ଼ିଛି I ତେବେ ସଙ୍ଗେ ସଙ୍ଗେ ଫାଇନ ଟଙ୍କା ଦେଇ ନପାରିବରୁ ପୋଲିସ ଗାଡିଟିକୁ ଜବତ କରି ଥାନାକୁ ନେଇ ଆସିଥିଲେ I ଜବତ ଗାଡି ମାଲିକ ସ୍ଥାନୀୟ ସିଡିଙ୍ଗ ଗ୍ରାମର ଅନିଲ କୁମାର ଜେନା ଏବଂ ନାବାଳକ ଜଣକ ଅନିଲଙ୍କ ପଡୋଶୀ ବୋଲି ଜଣାପଡିଛି I
ନାବIଳକକୁ ବାଇକ ଦେଇ ୨୬ ହଜାର ଟଙ୍କା ଫାଇନ ଗଣିଲେ ଗାଡ଼ି ମାଲିକ
|
January 13, 2020 |