ନାବାଳିକା ବଳାତ୍କାର ଅଭିଯୋଗରେ ଜଣେ ଗିରଫ
ଭଦ୍ରକ, ୧୩/୫ (ସନ୍ଧାନ ନିୟୁଜ) – ତିହିଡି ଥାନା ଅନ୍ତର୍ଗତ ବାରସର ପଞ୍ଚାୟତ କେଳାସାହି ଗ୍ରାମର ଜଣେ ବିବାହିତ ଯୁବକ ଏହି ଥାନା ଅନ୍ତର୍ଗତ କାଁପଡା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କୁ ବଳାତ୍କାର କରିବା ନେଇ ଅଭିଯୋଗ ହେବା ପରେ ପୁଲିସ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ମଣ୍ଟୁ ଦାସ। ମଣ୍ଟୁ ଗତବର୍ଷ ପ୍ରେମ କରି ଜଣକୁ ବିବାହ କରିଛନ୍ତି। ମାତ୍ର ପରେ ବିବାହ କରି ନ ଥିବା କଥା କହି ନାବାଳିକାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ବଳାତ୍କାର କରିଥିଲେ। ତିହିଡି ପୁଲିସ ଏକ ମକଦ୍ଦମା ରୁଜୁ କରି ନାବାଳିକାଙ୍କ ଡାକ୍ତରୀମାଇନା କରାଇଛି

Related Posts
About The Author