ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

Spread the love

ବେତନଟୀ,୧୯.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): -ବୈଶିଙ୍ଗା ଥାନା ସାରଦା ମଠସାହି ଗ୍ରାମର ଶୁକୁ ସିଂଙ୍କ ବିବାହିତ ପୁଅ ହରିଶଚନ୍ଦ୍ର ସିଂ(୩୭) ସେହି ଗ୍ରାମର ଜଣେ ୧୦ବର୍ଷର ନାବାଳିକାକୁ ଗତ ୧୫ ତାରିଖରେ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକାର ପାଟି ଶୁଣି କେତେକ ଯୁବକ ଘଟଣାସ୍ଥଳରେ ପହଞ୍ଚିବା ପରେ ତାକୁ ଛାଡି ପଳାଇ ଯାଉଥିବା ସମୟରେ ଯୁବକଙ୍କ ଦ୍ବାରା ଧରାପଡ଼ି ଉତ୍ତମ ମଧ୍ୟମ ଖାଇବା ପରେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଖବରପାଇ ବୈଶିଙ୍ଗା ଥାନାକାରୀ ଲକ୍ଷ୍ମୀଧର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ଫେରାର ହୋଇ ଜଳେଶ୍ବରର ଏକ ଇଟାଭାଟିରେ କାମ କରୁଥିଲା । ମୋବାଇଲ ଟ୍ରାକିଂରେ ଥାନାଧୁକାରୀ ଶ୍ରୀ ସ୍ୱାଇଁ ଓ ଏଏସଆଇ ସୁଶାନ୍ତ ମହାକୁଡ଼ ଉକ୍ତ ଇଟାଭାଟିରେ ପହଞ୍ଚି କୌଶଳକ୍ରମେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତକୁ ଜଳେଶ୍ବରରୁ ଗିରଫ କରି ଆଣିଥିଲେ। ପୀଡ଼ିତାର ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତର ମେଡିକାଲ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଛି ।

Related Posts

About The Author

Add Comment