ଭୁବନେଶ୍ୱର,୨୫/୧ (ସନ୍ଧାନ ନିୟୁଜ): ଖଣ୍ଡଗିରି ଥାନା ପୁଲିସ ୪ ଜଣ ନାବାଳକଙ୍କୁ ଗଣବଳାତ୍କାର ଅଭିଯୋଗରେ ଜୁଭୋନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଛି। ଏହି ନାବାଳକମାନେ ଜଣେ ୩ୟ ଶ୍ରେଣୀ(୮ବର୍ଷ) ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳକଙ୍କୁ ୧୦ ବର୍ଷ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାନୁଯାୟୀ, ଗତ ଶୁକ୍ରବାର ରାତ୍ରୀରେ ପୀଡିତା ନାବାଳିକା ବସ୍ତି ଦାଣ୍ଡରେ ଖେଳୁଥିବା ସମୟରେ ତାଙ୍କୁ ଅଭିଯୁକ୍ତ ନାବାଳକମାନେ ଏକ ନିଛାଟିଆ ସ୍ଥାନକୁ ଖେଳିବା ଆଳରେ ଡାକି ନେଇଥିଲେ। ନିଛାଟିଆ ସ୍ଥାନରେ ନାବାଳିକାଙ୍କ ସହ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିଲେ। ଏହାପରେ ନାବାଳିକା କାନ୍ଦିକାନ୍ଦି ଘରକୁ ଫେରି ନିଜ ମାକୁ ସବୁ କଥା କହିଥିଲା। ଫଳରେ ଘଟଣାଟି ପ୍ରଘଟ ହେବା କାରଣରୁ ଗାଁ ଲୋକମାନେ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ନାବାଳିକାଙ୍କ ମା ଏଥିରେ ସହମତି ହୋଇ ନଥିଲେ। ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରିବା ସହ ଖଣ୍ଡଗିରି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଁଚି ନାବାଳକଙ୍କୁ ଗିରଫ କରିଥିଲା। ଆଜି ନାବାଳକଙ୍କ ଡାକ୍ତରୀ ମାଇନା କରାଯିବା ସହ ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି।