ଯାଜପୁର ସଦର, ୨୨ା୦୨: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଚ । ଜଣେ ନାବାଳିକାକୁ ସମ୍ପର୍କରେ ଦାଦା ହୋଇଥିବା କାମୁକ ଯୌନପିପାସୁ ଏହି ନାବାଳିକାକୁ ବଳାତ୍କାର କରି ଫେରାର ହୋଇଯିବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଇଁସିରିଆ ଗ୍ରାମର ଜଣେ ନାବାଳିକାକୁ ସନ୍ଧ୍ୟା ସମୟରେ ପଡ଼ିସା ଘରକୁ ଯାଇଥିବା ବେଳେ, ଘରକୁ ଆସୁଥିବା ସମୟରେ ଦାଦା ସମ୍ପର୍କର ସେହ ଗ୍ରାମର ଶିବ ପ୍ରଶାଦ ବାରିକଙ୍କ ପୁଅ ତାରା ପ୍ରସାଦ ବାରିକ ଏହି ନାବାଳିକାକୁ ଧର୍ଷଣ କରି ଘଟଣା ସ୍ଥଳରୁ ତାରା ପ୍ରସାଦ ଚମ୍ପଟ ମାରିବା ସହିତ ନାବାଳିକାକୁ ଛାଡ଼ି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, ଝୀଅ ଘରକୁ ନଫେରିବାରୁ ତାର ପରିବାର ଝୀଅକୁ ଖୋଜିବାକୁ ଯାଇଥିବା ବେଳେ, ଝୀଅ ମୁମୁର୍ଷୁ ଅବସଥାରେ ପବିଥିବାର ଦେଖି ଘରଲୋକ ମାନେ ତାରାକୁ ଧରିବା ପାଇଁ ଚେଷ୍ଠା କରିଥିବା ବଳେ, ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଝୀଅ ଠାରୁ ଖବର ଶୁଣି ବରୀ ଥାନାରେ ଅଭିଯୋଗ କରାଯାଇଚି । ଅଭିଯୋଗକୁ ଭିତ୍ତି କରି ଆସାମୀକୁ ଧରିବା ପାଇଁ ବରୀ ଥାନା ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରିଥିବା ବେଳେ, ବରୀ ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ନାବାଳିକାକୁ ଡାକ୍ତରୀ ପରିକ୍ଷା କରାଯାଇଥିବା ଜଣାଯାଇଚି । ବରୀ ଥାନାକୁ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ ଆସିଥିବା ବେଳେ, ତୁରନ୍ତ ଆସାମୀକୁ ଗିରଫ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଚି । ଆସମୀକୁ ଧାରନଗଲେ ଜନସାଧାରଣ ପରିବାର ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପିଡ଼ିତା ପରିବାର ଏସପିଙ୍କ ନିକଟରେ ଦାବି କରିଛନ୍ତି ।
ନାବାଳିକାକୁ ବଳାତ୍କାର କରି ଆସାମୀ ଫେରାର
|
February 25, 2023 |