ନାବାଳିକାକୁ ବଳାତ୍କାର ଅଭିଯୋଗରେ ଆସାମୀକୁ ୨୦ବର୍ଷ ଜେଲଦଣ୍ଡ

Spread the love

ଯାଜପୁର ସଦର, ୦୫ା୦୨: ଜଣେ ନାବାଳିକାୁ ବିବାହାର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ସହି ନାବାଳିକା ଗର୍ଭବତୀ ହେବାରୁ ଏହି କାମୁକ ଯୁବକକୁ ଜିଲ୍ଲା ଅତିରିକ୍ତ ଦୌରା ଓ ପୋସ୍କୋ କୋର୍ଟର ଅଭିଜିତ ପଲେଇ ଆସାମୀକୁ ୨୦ବର୍ଷ ଶଶ୍ରମ କାରାଦଣ୍ଡ ସହିତ ୮୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାଯାଇଚି । ଜୋରିମାନା ନଦେଲେ ଆଉ ୨୪ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଏହି ରାୟରେ ପ୍ରକାଶ ପାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ସଦରଥାନା ଅନ୍ତର୍ଗତ ସୁଜନପୁର ପଂଚାୟତର କାଶିପୁର ଗ୍ରାମର ବଜ୍ରକିଶୋର ଜେନା ଡାକନାମ ଘୁଙ୍ଗୁର ଏହି ନାବାଳିକ ସମ୍ପର୍କ ରଖିବାରୁ ଗତ ୨୦୨୨ ସେପ୍ଟେମ୍ବରରେ ଏହି ନାବାଳିକା ଗର୍ଭବତୀ ଥିବାରୁ ପରିବାର ଲୋକ ଜାଣିବାକୁ ପାଇଥିଲେ । ପରିବାର ସଦସ୍ୟ ମାନେ ଏହି ନାବାଳିକା ପିଡ଼ିତାକୁ ଡିଏସଡବ୍ଲୁ, ସିଡିକ୍ଲାସି ଏବଂ ସଫାରେ ହାଜର କରାଇଥିଲେ । ପିଡ଼ିତା ଅଭିଯୁକ୍ତର ନାମ ପ୍ରକାଶ କରିବା ପରେ ଏନେଇ ଯାଜପୁର ସଦରଥାନାରେ ନାବାଳିକାର ବାପା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଯାଜପୁର ସଦରଥାନା ୨୪୪/୨୨ ଦଫା ୩୭୬(୨)(ଏନ୍‌)୬ ପୋସ୍କୋ ଆକ୍ଟରେ କେଶ ରୁଜୁ କରାଯାଇ ସଦର ଥାନା ତଦନ୍ତ ଅଧିକାରୀ ସବଇନିସ୍ପେକ୍ଟର ଲକ୍ଷ୍ମୀପ୍ରିୟା ସାମଲର ବିଚାର କରାଯାଇ ୧୭ଜଣ ସାକ୍ଷୀଙ୍କୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ପୋସ୍କୋ କୋର୍ଟର ଜଜ୍ ଏହା ସହିତ ଆଇନି ସେବା ପ୍ରାଧିକରଣ ପକ୍ଷରୁ ପିଡ଼ିତାକୁ ୭ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଏହି ରାୟରେ ପ୍ରକାଶ କରାଯାଇଚି । ଏହି ମାମଲାକୁ ସରକାର ପକ୍ଷରୁ ଆଇନଜିବୀ ରାଜିବ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ, ନାବାଳିକ କନ୍ୟା ଏକ ପୁତ୍ର ସନ୍ତାନ ଜନ୍ମ କରିଥିବା ସୂଚନା ମିଳିଚି ।

Related Posts

About The Author

Add Comment