ଜେନାପୁର/,୪/୩(ସନ୍ଧାନ ନ୍ୟୁଜ୍): ଦୁଷ୍କର୍ମ ଅଭିଯୋଗ ରେ ଜେନାପୁର ପୋଲିସ ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ କଣ୍ଟାବିନ୍ଧି ଗ୍ରାମର ସ୍ବର୍ଗତ ବସନ୍ତ ମହାରଣାଙ୍କ ପୁଅ ରଞ୍ଜନ ମହାରଣା (୨୫) କୁ ଗିରଫ କରିଥିବା ସୂଚନା ମିଳିଛି। ପିଡ଼ିତା ଜଣଙ୍କ ଏହି ଥାନା ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଗହ୍ମାରିଆ ଗ୍ରାମର ଅଭିଯୋଗ ମୁତାବକ ରଞ୍ଜନ ଗତ ୧୫ ଦିନ ତଳେ ନାବାଳିକା ଜଣଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲା। ଏ ନେଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ମଙ୍ଗଳବାର ପୋଲିସ ନାବାଳିକା ର ଗାଁ ନିକଟରେ ଚଢ଼ାଉ କରି ରଞ୍ଜନ କୁ ଗିରଫ କରିଥିଲେ। ଗିରଫ ପରେ ଉଭୟ ନାବାଳିକା ଓ ସମ୍ପୃକ ଯୁବକ ଙ୍କ ଡାକ୍ତରୀ ମାଇନା ଧର୍ମଶାଳା ମେଡ଼ିକାଲ ରେ କରାଯାଇଛି। ଏ ନେଇ ଜେନାପୁର ଥାନା ରେ କେସ ନମ୍ବର ୮୭/୨୫ ରେ ଏକ ମାମଲା ରୁଜୁ କରି ୧୩୭(୨) ,୬୪(୨)(ଏମ୍), ୬୫ ବି ଏନ ଏସ , ଆରଡବ୍ଲୁ ଏସ ୬ ପୋକ୍ସ ଆକ୍ଟ ଆର ଡବ୍ଲୁ ଏସ ୩(୧)(ଆର)(ଏସ)/୩ (୨) (ଭି) ଏସ ସି ଆଣ୍ଡ ଏସ ଟି ଆକ୍ଟ ରେ ଗିରଫ କରି ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରିଣୀ ନିରୂପମା ଜେନା ସୂଚନା ଦେଇଛନ୍ତି।
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ।
|
March 4, 2025 |
