ବାଲିଗୁଡା, ୨୬/୦୨/୨୪: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ କୁ ବାଲିଗୁଡା ପୋଲିସ ସୋମବାର ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅର୍ନ୍ତଗତ ପାଙ୍ଗାପଡ଼ା ଗ୍ରାମର ଶପନ ପାଟ୍ଟମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଘର ନିର୍ମାଣ କାମ କରିବାକୁ ଯାଇ ଗୁମୁଡୁମାହାରୁ ଘର ମାଲିକଙ୍କ ସମ୍ପର୍କୀୟଙ୍କ ୧୭ ବର୍ଷର ନାବାଳିକା ଝିଅକୁ ଗତ ଡ଼ିସେମ୍ବର ୨୬ ତାରିଖରେ ଅପହରଣ କରିନେଇ ତା ସହ ଦୁଷ୍କର୍ମ କରିବା ପରେ ବାଲିଗୁଡ଼ାରେ ଛାଡ଼ି ଚାଲିଯାଇଥିଲା ଶପନ । ସମ୍ପୃକ୍ତ ନାବାଳିକା ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ଧାରା ୩୭୬(୧),୩୬୩,୫୦୬,ଓ ଆଇପିସି ୬ ପୋକ୍ସୋ ଦଫା ଅନୁଯାୟୀ ପାଙ୍ଗାପଡ଼ା ଗ୍ରାମରୁ ଅଭିଯୁକ୍ତ ଶପନ ପାଟ୍ଟମାଝୀକୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।
ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
|
February 27, 2024 |
![](https://sandhannews.com/wp-content/uploads/2024/02/IMG_20240226_192859.jpg)