ନାବାଳିକାର ଆତ୍ମହତ୍ୟା

Spread the love

ଧର୍ମଶାଳା, (ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅନ୍ତର୍ଗତ ବାଲିଗରି ଗ୍ରାମର ରହୁଥିବା ଜଣେ ନାବାଳିକ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ ବାଲିଗରି ଗ୍ରାମରେ ପୁର୍ଣ୍ଣିମା ବେହେରା ନିଜ ମା ଆରତୀ ବେହେରା ଏବଂ ଭାଇଙ୍କ ସହିତ ରହୁଥିଲେ । ତାଙ୍କ ନିଜ ଘର ବାଲିସାହିର ହୋଇଥିବା ବେଳେ ବାପାଙ୍କ ମୃତ ପରେ ସେ ବାଲିଗରି ଗ୍ରାମରେ ସ୍ଥାୟୀ ଭାବେ ରହି ନିକଟସ୍ଥ ହରିଦାସପୁର କଂଚିଆ ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଆଜି ୩ଟା ବେଳ ପୁର୍ଣ୍ଣିମାଙ୍କୁ ଦେଖିବାକୁ ମିଳିନଥିଲା । ପରେ ଅପରାହ୍ନ ୫ଟା ବେଳେ ଘର ଭିତରେ ଏକ ରଶି ସାହାର୍ଯ୍ୟରେ ଝୁଲୁଥିବାର ଗ୍ରାମବାସୀ ଦେଖିଥିଲେ । ଦେଖିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏହା ଏକ ପ୍ରେମ ଜନିତ କାରଣୁରୁ ହୋଇଥିବାର ଅନୁମାନ କରାଯାଇଛି । ତେବେ ମୃତ ପୂଣ୍ଣିମାର ଏକ ହାତ ଲେଖା ଡାଇରୀ ମଧ୍ୟ ଜବତ କରାଯାଇଛି । ଧର୍ମଶାଳା ପୋଲିସରେ ପରିବାର ପକ୍ଷରୁ ଏକ ଏତଲା ଦିଆଯାଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି ।

Related Posts

About The Author

Add Comment