ଯାଜପୁର, ୧୨/୦୩ /୨୦ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ପୋଲିସର ଅପରାଗତା ପାଇଁ ଦିନକୁ ଦିନ ଜିଲ୍ଲାରେ ଅପରାଧ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଥାନା ଅଧିକାରୀ ଏବଂ ପୋଲିସ କର୍ମଚାରୀ ମାନେ ନାଚ ଗୀତ ସଂର୍କୀତନରେ ବ୍ୟସ୍ତ । ଆଜି ଏଭଳି ଏକ କାଣ୍ଡ ପାଇଁ ଅପରାଧ ଘଟିବାରେ ୬ଘଂଟା ପରେବି ଅପରାଧୀ ଧରା ହୋଇନଥିବା ବେଳେ ନାବାଳିକାକୁ ଟେକିନେଇ ବଳକôାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ନାବାଳିକାର ଭାଉଜ ପାଟିଶୁଣି ଆସିଯିବାରୁ ସ୍ଥାନୀୟ ବେତଣ୍ଡା ଅଂଚଳର ଏହି ଅପରାଧି ଖେଚଡ ପିତା ପୁଟିଆ ଜଣଙ୍କ ନାବାଳିକାକୁ କଂଟା ବୁଦାକୁ ପିଙ୍ଗିଦେଇ ପଳାଇଯାଇଥିଲା । ଏନେଇ ଧର୍ମଶାଳା ଥାନାରେ ଏତଲା ଦିଆଯାଇଛି । ମାତ୍ର ଧର୍ମଶାଳା ଥାନାରେ ଥାନାବାବୁମାନେ ଅପରାଧ ରୋକିବା ବଦଳରେ ଏସବୁ ଘଟଣା ଚପାଇବାକୁ ମିଡିଆକୁ ଫୋଟ କି ଭିଡିଓ ନେବାକୁ ବାରଣ କରୁଥିବା ଦେଖାଯାଇଛି । ଏନେଇ ବୁଦ୍ଧିଜୀବି ମହଲରେ ତମାମ ପ୍ରଶ୍ନ ଉଠିଛି । ପୋଲିସ କଣ ଘଟଣାକୁ ଲୁଚାଇବା ପାଇଁ କାର୍ଯ୍ୟ କରୁଛି କି? । ପୋଲିସର କାମ କଣ ଅପରାଧ ରୋକିବା ନା ଅପରାଧିକୁ ଘଂଟ ଘୋଡାଇବା? ପୋଲିସର କାର୍ଯ୍ୟ କଣ ଗ୍ରାମଂଚଳରେ ହେଉଥିବା ଦୋଳ ମେଳନ ବୁଲିବାକି? । ଏଭଳି ପ୍ରଶ୍ନ ଉଠିଥିବା ବେଳେ ପୋଲିସ ଚୁପୁ ହୋଇ ବସି ରହିବା ବରଂ ପୋଲିସର କାର୍ଯ୍ୟ ପ୍ରତି ସଙ୍କଟ ସୃଷ୍ଟି ହେବା ସହିତ ସାମଜରେ ଭୟର ବାତାବରଣ ଖେଳିବାରେ ଲାଗିଛି ।
ନାବଳିକାକୁ ବଳତ୍କାର ଉଦ୍ୟମ
|
March 12, 2020 |



