ନାନାବିଧ ସମସ୍ୟା ମଧ୍ୟରେ ବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର

Spread the love

ଭଦ୍ରକ, ,୧୨/୧୨/୨୦ (ସନ୍ଧାନ ନିଉଜ) ବନ୍ତ ସଦର ମହକୁମା ରେ ଥିବା ସର୍ବପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୬୩ବର୍ଷ ରେ ପଦାର୍ପଣ କରିଥିଲେ ମଧ୍ୟ ଦ୍ୱୀପତଳ ଅଂଧାର ପରି ଏହାର ପାରିପାଶ୍ୱିର୍କ ଅବସ୍ଥାର ଅଦ୍ୟାବଧି ସୁଧାର ଆସୁନିି । ଏହି ସେବା ଚାଲିଛି ତାର ସେହି ପୁରଣା ପରିତ୍ୟକ୍ତ ସଙ୍କୁଚିତ କଳେବର ମଧ୍ୟରେ । ଗୃହାଭାବ ସଙ୍ଗକୁ ଡ଼ାକ୍ତରଙ୍କ ଅଭାବ ରୋଗୀ ଙ୍କ ର ସାଧାରଣସେବା ପ୍ରଦାନରେ ସାଜିଛି ପ୍ରତିବନ୍ଧକ । ଉକ୍ତ କେନ୍ଦ୍ରରେ ଦୁଇଜଣ ଏଲୋପ୍ୟାଥିକ୍ ଡ଼ାକ୍ତର ଙ୍କ ଆବଶ୍ୟକତା ଥିବାବେଳେ ଉକ୍ତ କେନ୍ଦ୍ର ର ଚିକିତ୍ସା ଚାଲୁଛି କେବଳ ଜଣେ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ଓ ନର୍ସଙ୍କ ଦ୍ୱାରା । ରାଜନୈତିକ ନେତା ଙ୍କ ଇଛାଶକ୍ତି ର ଅଭାବ ଓ ପ୍ରଶାସନିକ ହସ୍ତକ୍ଷେପ ଜନିତ କାରଣରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏ ପର୍ଯ୍ୟନ୍ତ ରୋଗୀ ମାନଙ୍କର ସର୍ବନିମ୍ନ ଆବଶ୍ୟକତା ପରିପୂରଣ କରିପାନଥିବାରୁ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ପାଶ୍ୱର୍ରେ ଭଦ୍ରକ ଆନଂଦପୁର ରାସ୍ତାର ୫୩ ନଂ ରାସ୍ତା ପାଶ୍ୱର୍ରେ ଅବସ୍ଥିତଥିବାରୁ ଏହା ଉପରେ ୧୨ଟିରୁ ଉର୍ଦ୍ଧ୍ୱ ପଂଚାୟତ ର ବ୍ୟକ୍ତି ବିଶେଷ ଙ୍କ ସହ ପ୍ରାୟ ୩୦ହଜାର ଲୋକେ ଏହା ଉପରେ ନିର୍ଭର କରନ୍ତି । ସାମାନ୍ୟ ଜ୍ୱର ସହ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିମାନେ ଉକ୍ତ କେନ୍ଦ୍ରରେ ପହଁଚିଲେ ପ୍ରାଥମିକ ଚିକିତ୍ସାପରେ ଭଦ୍ରକ ସ୍ଥାନାରନ୍ତର କରାଯାଉଛି । ବର୍ତ୍ତମାନ ବ୍ୟବହୃତ ହେଉଥିବା ପ୍ରକୋଷ୍ଠ ମାନଙ୍କରେ ଔଷଧ ବିତରଣ ଗୃହ, ଡ୍ରେସିଂ ରୁମ୍‌, ଷ୍ଟୋର, ବର୍ହିର୍ବିଭାଗ, ପ୍ରସୃତୀ ଗୃହ ର ବହୁ ଅଭାବ ଦେଖାଯାଇଛି । ଏଥିରୁ ମୁକ୍ତିପାଇଁ ଦୀର୍ଘ ବର୍ଷହେବ ନୂତନ ଗୃହ ନିର୍ମାଣ ପାଇଁ ହୋଇଥିବା ତିନି ଗୋଟି ପ୍ରକୋଷ୍ଠ ମଧ୍ୟରୁ ଗୋଟିଏ ସଂପୁର୍ଣ୍ଣ ହୋଇ ଦୁଇ ଗୋଟି ଗୃହ ଅଧାପନ୍ତରିଆ ଭାବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହି ନଷ୍ଟ ହେବାକୁ ବସିଛି । ଅନ୍ୟ ପକ୍ଷରେ ପୁନଃ ତେଷଠି ଲକ୍ଷ ଟଙ୍କାରେ ନୂତନ ଗୃହ ନିର୍ମାଣ ପାଇଁ ଏକବର୍ଷ ରୁ ଅଧିକ ହେବ ଶୁଭ ଦିଆଯାଇଥିଲା ବେଳେ ଏହାର କାର୍ଯ୍ୟ କେବେ ହେବ ତାହାର ସୂଚନା ମିଳିନି । ଫଳରେ ରୋଗୀ ମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ଗୃହା ଭାବ ସହ ଡ଼ାକ୍ତରଙ୍କ ଅଭାବ ସ୍ୱାସ୍ଥ୍ୟ ସମସ୍ୟାରେ ବାଧକ ସାଜୁଛି । ଉକ୍ତ କେନ୍ଦ୍ରକୁ ସପ୍ତାହରେ ଦୁଇ ଦିନ ଜଣେ ଅସ୍ଥାୟୀ ଡ଼ାକ୍ତର ଆସିଥିବାରୁ ଚିକିତ୍ସା ପାଇଁ ରୋଗୀ ଙ୍କର ଲମ୍ବା ଧାଡ଼ି ଲାଗିଥିବାର ଦେଖାଯାଇଛି । ଏହା ଏହି ଅଂଚଳପାଇଁ ଏହା ମୁଖ୍ୟ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଥିବାରୁ , ଓ ଏହାଉପରେ ବିଭିନ୍ନ ଉପସ୍ୱାସ୍ଥ୍ୟ କେନ୍ଦ୍ର ସହ ପ୍ରତିଦିନ ରୋଗୀ ମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିରେ ସ୍ଥାୟୀ ଡ଼ାକ୍ତରଙ୍କୁ ନିଯୁକ୍ତି, ଅଧାପନ୍ତରିଆ ଗୃହ ସଂପୂର୍ଣ୍ଣ ସହ ନୂତନ ଗୃହର ଶୁଭାରମ୍ଭ ପାଇଁ ସର୍ବସାଧାରଣରେ ଦୃଢ଼ ଦାବି ହେଉଛି ।

Related Posts

About The Author

Add Comment