ନବ ନିର୍ମାଣ କୃଷକ ସଙ୍ଗଠନର ବହୁ କର୍ମକର୍ତ୍ତା ଅଟକ, ପ୍ରତିବାଦରେ ରେଳରୋକ

Spread the love

କେନ୍ଦୁଝର/ଯାଜପୁର,୨୯ /୧୦  (ସନ୍ଧାନ ନିୟୁଜ) : ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆନ୍ଦୋଳନରେ ଯୋଗ ଦେବା ପାଇଁ ଆସୁଥିବା ନବନିର୍ମାଣ କୃଷକ ସଂଗଠନର ପାଖାପାଖି ୩୪୦ ଜଣ କର୍ମକର୍ତ୍ତାଙ୍କୁ କେନ୍ଦୁଝର ରେଲଷ୍ଟେସନ ଠାରେ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ପୁଲିସ ମହିଳା କର୍ମକର୍ତ୍ତାଙ୍କୁ କେନ୍ଦୁଝର ମୁନିସିପାଲିଟି କଲ୍ୟାଣମଣ୍ଡପରେ ରଖିଥିବା ବେଳେ ପୁରୁଷ କର୍ମକର୍ତ୍ତାଙ୍କୁ ଜିଲ୍ଲା ରିଜର୍ଭ ପୁଲିସ ପରିସରରେ ଅଟକ ରଖିଛି । ଏହା ପ୍ରତିବାଦରେ ଆଜି ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ମାନେ ଜଟଣୀ ଓ କଟକ ଠାରେ ରେଳରୋକ କରିଛନ୍ତି। ରେଳ ଧାରଣାରେ ବସି ରହିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଆଜି ସକାଳେ ଶତାଧିକ ମହିଳା ଓ ପୁରୁଷ ଚାଷୀ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ରେଳ ଷ୍ଟେସନରେ ସେମାନଙ୍କୁ ପୁଲିସ୍‌ ଅଟକ ରଖିଛି। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ ଗତକାଲି ରାତିରେ ଯାଜପୁର କୁଆଖିଆ ଓ ବାଲୁଗାଁରୁ ପଦଯାତ୍ରାରେ ଆସୁଥିବା ଚାଷୀଙ୍କୁ ଅଟକ ରଖାଯାଇଥିଲା। ତେଣୁ କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଉଦ୍ୟମ କରୁଥିବା ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ତେବେ ନବନିର୍ମାଣ କୃଷକ ସଙ୍ଗଠନ କର୍ମକର୍ତ୍ତାଙ୍କୁ ବେଆଇନ ଭାବେ ଅଟକ ରଖିବା ପ୍ରତିବାଦରେ ଖୋର୍ଦ୍ଧା ରୋଡ ଷ୍ଟେସନରେ ରେଳ ରୋକ କରାଯାଇଥିବା ବେଳେ କଟକ ଷ୍ଟେସନର ୨ ନମ୍ବର ପ୍ଲାଟ୍‌ଫର୍ମରେ ମାଲଗାଡ଼ିକୁ ଅଟକା ଯାଇଥିବା ଜଣାଯାଇଛି।

Related Posts

About The Author

Add Comment