ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ 18 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Spread the love

ଭଦ୍ରକ ୫/୭ (ସନ୍ଧାନ ନିୟୁଜ ) ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ 18 ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି.  ନବ ନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଙ୍କ ନେତୃତ୍ଵରେ ହଜାର ହଜାର ଚାଷୀ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଚାଷି ଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚାଷୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ସରକାର ଙ୍କ ଉଦାସୀନତା ପ୍ରତିବାଦରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା

ଦାବୀ ମଧ୍ଯ ରୁ ପ୍ରାଇସ୍, PRESTIGE, PENSON ଦାବି ସହିତ ସମସ୍ତଙ୍କୁ ବିନା ଅର୍ଥ ରେ ସମାନ୍ ଶିକ୍ଷା, ସ୍ଵାସ୍ଥ୍ୟ ବେବସ୍ତା, ପୁନନିଯୁକ୍ତି, ଧାନ ର ସହାୟକ ମୂଲ୍ୟ 5000 ହଜାର ଟଙ୍କା, ଚାଷୀ ସୁରକ୍ଷା ବ୍ୟବସ୍ଥା ପ୍ରମୂଖ ଦାବି କରାଯାଇଥିଲା. ପରେ ଜିଲ୍ଲପାଳ ଙ୍କ ଜରିଆରେ 18 ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ପ୍ରଦାନ କରାଯାଇଥିଲା

Report R Nayak

Related Posts

About The Author

Add Comment