ଯାଜପୁର ସଦର, ୨୧ା୦୪: ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ୫ଟି ବିର୍ବାଚନ ମଣ୍ଡଳୀ ପ୍ରାର୍ଥି ଘୋଷଣା କରିବା ପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ନୂଆ ଗୋଟି ଚାଳାନ କରି ଏବଂ ନୂଆ କାର୍ଡ ଖେଳିଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାୟକ ହୋଇ ବିଧାନ ସଭାକୁ ଯାଇଥିବା ବରିଷ୍ଠ ରାଜନୈତିକ ନେତା ପୂର୍ବତନ କୃଷିମନ୍ତ୍ରୀ ଅମର ପ୍ରଶାଦ ଶତପଥିକୁ ଟିକେଟ ନଦେଇ ବିଜୁ ଜନତା ଦଳରେ ମିଶିଥିବା ରାଜନାରାୟଣ ମହାପାତ୍ର ଏବଂ ଜନ୍ମେଞ୍ଜୟ ଲେଙ୍କା ରହିôତବା ବେଳେ, ଅମର ପ୍ରଶାଦ ଶତପଥିଙ୍କୁ ଟିକେଟ ନଦେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜୁ ଜନତା ଦଳର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷାକୁ ଟେକେଟ ଦେଇଥିବାରୁ ବର୍ଷାରାଣୀ ବଡ଼ଚଣା ନର୍ବାଚନ ମଣ୍ଡଳୀରେ କିପରି ବର୍ଷିବେ । ୨୦୧୪ ମସିହାରେ ବଡ଼ଚଣାର ବିଧାୟକ ଅମରପ୍ରଶାଦ ଶତପଥି ଶତପଥି ଟିକେଟ ପାଇ ୨୦୧୯ ପର୍ପ୍ୟନ୍ତ ବିଧାୟକ ହୋଇ ଲୋକମାନଙ୍କର ପ୍ରିୟପାତ୍ର ହୋଇଥିବା ବେଳେ, ଭାରତୀୟ ଜନତାପାର୍ଟି ବିଜେପିକୁ ହରାଇ ବଡ଼ଚଣାର ବିଦଅୟକ ୨୦୧୯ରେ ହୋଇଥିଲେ । ଭାରତୀୟ ଜନତା ପାର୍ଟିର ଯୁବନେତା ଅମର ନାୟକ ଅଳ୍ପ ବ୍ୟବଧାନ ଭୋଟରେ ହାରି ଯାଇଥିବାବେଳେ, ପୁଣି ୨୦୨୪ ନିର୍ବାଚନ ପାଇଁ ବିଜେପି ବଡ଼ଚଣା ନିର୍ବାଚଣ ମଣ୍ଡଳୀରୁ ପ୍ରାର୍ଥି କରିଚି । ବର୍ଷା କିପରି ଅମରକୁ ସାମ୍ନାକରିବେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଭୋଟର ବାପୁଡ଼ା ମାନେ ଚାହିଁ ରହିଥିବା ବେଳେ, ବଡ଼ଚଣାରେ ଶଙ୍ଖ ବାଜିବା ନା ପଦ୍ମ ଫୁଟିବ ତହା ସମୟ କହିବ । ଜୁନ ୪ ତାରିଖରେ ଫଳାଫଳ ଘୋଷଣା ହେବାପରେ ବଡ଼ଚଣାରେ ବିଜୟ ମୁକୁଟ କିଏ ପିନ୍ଧିବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦକୁ ନେଇ ବର୍ଷା ପ୍ରିୟଦର୍ଶିନୀ ପ୍ରାର୍ଥି ହୋଇଥିବା ବିଜୁ ଜନତା ଦଳ ପକ୍ଷରୁ ବିର୍ନାଚନ ଲଢ଼ୁଥିବା ବେଳେ, ଦୁଇ ଦିନ ତଳେ ବିଜୁ ଜନତା ଦଳରେ ମିଶିଥିବା ବର୍ଷା ପ୍ରିୟଦର୍ଶିନୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ବଡ଼ଚଣାରୁ ପ୍ରାଥି କରି ମୁଖ୍ୟମନ୍ତ୍ରୀ ଏକା ଟେଷ୍ଟ ଖେଳିଛନ୍ତି । ଯାହାକି ବଡ଼ଚଣା ବିଜେଡ଼ି କର୍ମିମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଚ । ଏହାକୁ ବିଚାର କରିବା ପାଇଁ ଅମର ପ୍ରଶାଦଙ୍କ ସମର୍ଥମାନେ ଲବି ରଖିଥରବା ବେଳେ, ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଚାର କରିବା ପାଇଁ ଦାବି ହୋଇଚି । ବର୍ଷାରାଣୀ କଟକ ଚଣ୍ଡୀମାତାଙ୍କୁ ଦର୍ଶନ ସାରି ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜୟ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ବିରୋଧି ଦଳ ପକ୍ଷରୁ ଅମର ନାୟକ ରଣ ପ୍ରସ୍ଥୁତ କରୁଥିବା ଦେଖିବାକୁ ମିଳିଚି । ଯାହାକି ବଡ଼ଚଣାରେ ଏକ ଜୋରଦାର ବିଜେପ ବିଜେଡ଼ କଂଗ୍ରେସ ମଧ୍ୟରେ ହେବାକୁ ଯାଉଚି । ବଡ଼ଚଣାର ବିଜୟ ମୁକୁଟ ବର୍ଷା, ଅମର ନା କଂଗ୍ରେସ ତାହା ଦେଖିବାକୁ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ଏବଂ ଭୋଟର ମାନେ କାହା ମୁଣ୍ଡରେ ମୁକୁଟ ପିନ୍ଧାଇବେ ତାହା ଦେଖିବାକୁ ବାକି ରହିଲା ।
ନବୀନ ବଡ଼ଚଣାରେ ନୂଆ କାର୍ଡ ଖେଳିଲେ
|
April 22, 2024 |