ନବୀନ ବାବୁ ହାରିବା ଭୟରେ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି :ବିଜେପି

Spread the love

ସୂଚନା ଅଧିକାର କର୍ମୀ ଭୁପେନ୍ଦର ସିଂ ପଟେଲ ବୈଜୟନ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପ୍ରସଙ୍ଗରେ

– ଭୁପେନ୍ଦର ସିଂ ପଟେଲ ନିଜେ ଜଣେ ଅଭିଯୁକ୍ତ
– ନବୀନ ବାବୁଙ୍କୁ ଶାସନ କ୍ଷମତାରେ ଆଣି ନିଜେ ଶାସନ କରିବା ପାଇଁ ଲାଗିଛନ୍ତି ଭି.କେ ପାଣ୍ଡିଆନ
– ଭର୍ତ୍ତୃହରି ବାବୁ ନବୀନ ଏବଂ ପାଣ୍ଡିଆନଙ୍କ ଦିଲ୍ଲୀ ଏଜେଂଟ
– ସୂଚନା ଅଧିକାର କର୍ମୀ ଭୁପେନ୍ଦର ସିଂ ପଟେଲଙ୍କ ବିମାନ ଏବଂ ହୋଟେଲ ଖର୍ଚ୍ଚ ଦେଇଛି କିଏ ?

ଭୁବନେଶ୍ୱର, ତା.୮/୩ (ସନ୍ଧାନ ନିୟୁଜ): ବିଜେପି ନେତା ବୈଜୟନ୍ତଙ୍କ ବିରୁଦ୍ଧରେ ସୂଚନା ଅଧିକାର କର୍ମୀ ଭୁପେନ୍ଦର ସିଂ ପଟେଲ ଅଭିଯୋଗ ସଂପୂର୍ଣ୍ଣରୂପେ ପ୍ରାୟୋଜିତ। ପୂର୍ବରୁ ବିଜେଡି ସାଂସଦ ଭତୃହରି ମହତାବ ସଂସଦରେ ଉଠାଇଥିଲେ। ଆଜିର ଅଭିଯୋଗ ପୂର୍ବରୁ ଆସିଛି ମାତ୍ର ବୈଜୟନ୍ତ ଏହି ଘଟଣାକୁ ସଂପୂର୍ଣ୍ଣରୂପେ ଖଣ୍ଡନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

ରାଜ୍ୟକାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଓଡିଶା ପ୍ରଶାସନକୁ କରାୟତ କରି ରଖିଥିବା ସଚିବ ଭି.କେ ପାଣ୍ଡିଆନ, ଭୁପେନ୍ଦର ସିଂ ପଟେଲକୁ ନିଜ ଖର୍ଚ୍ଚରେ ଆଣି ପ୍ରେସ କ୍ଲବରେ ବିଜେପି ନେତା ବୈଜୟନ୍ତଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚିଛନ୍ତି। ଅନ୍ୟପଟେ ୨୫ ଲକ୍ଷ ଗରୀବ ଓଡିଆଙ୍କ ଝାଳବୁହା ଧନକୁ ନଫେରେଇ ଓଲଟା ପଶ୍ଚିିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଚିଟଫଣ୍ଡ କେସରେ ସମର୍ଥନ ଦେଇଥଚାଲିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଭୁପେନ୍ଦର ସିଂ ପଟେଲ ନିଜେ ଜଣେ ଅଭିଯୁକ୍ତ। ଯାହାଙ୍କ ବ୍ୟବସାୟିକ ସଂପର୍କ ଅଜିତ ଯୋଗୀଙ୍କ ପୁଅଙ୍କ ସଂଗେ ରହିଛି। ରାଜ୍ୟରେ ତାମିଲ ପ୍ରଶାସକ ଭି.କେ ପାଣ୍ଡିଆନଙ୍କ ସହ ତାଙ୍କର କ’ଣ ସଂର୍ପକ ରହିଛି ତାହା ସ୍ପଷ୍ଟ ହେବା ଦରକାର। ତାଙ୍କ ବିମାନ ଏବଂ ହୋଟେଲ ଖର୍ଚ୍ଚ କିଏ ଦେଇଛି ତାହାର ପର୍ଦ୍ଦାଫାଶ ହେବା ଦରକାର ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଅଣଓଡିଆ ପ୍ରଶାସନିକ ଅଧିକାରୀ ନବୀନ ବାବୁଙ୍କୁ ଶାସନ କ୍ଷମତାରେ ଆଣି ନିଜେ ଶାସନ କରିବା ପାଇଁ ଲାଗିଛନ୍ତି। ଆଜିର ଅଭିଯୋଗ ଉଦ୍ଦେଶ୍ୟମୂଳକ ଏବଂ ପାଣ୍ଡିଆନଙ୍କ ଚକ୍ରାନ୍ତ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ବିଜେଡି ନିର୍ବାଚନ ହାରିବା ଭୟରେ ପାଣ୍ଡିଆନ ବ୍ୟତିବ୍ୟସ୍ତ ହୋଇ ପଡିଲେଣି। ହଜାର ହଜାର କୋଟି ଦୁର୍ନୀତିରେ ପାଣ୍ଡିଆନ ସଂଶ୍ଲିଷ୍ଟ ଅଛନ୍ତି। ଚିଟ୍ ଫଣ୍ଡ ଟଙ୍କା ଲୁଟ କରି ତାମିଲନାଡୁରେ ଫାର୍ମ ହାଉସ କରୁଛନ୍ତି ତାମିଲ ପ୍ରଶାସନିକ ଅଫିସର। ଭର୍ତ୍ତୃହରି ବାବୁ ନବୀନ ଏବଂ ପାଣ୍ଡିଆନଙ୍କ ଦିଲ୍ଲୀ ଏଜେଂଟ ସାଜି କାର୍ଯ୍ୟ କରୁଛନ୍ତି। ନବୀନ ବାବୁ ହାରିବା ଭୟରେ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

Related Posts

About The Author

Add Comment