ନବନିଯୁକ୍ତ ସିଆର୍ସିସିଙ୍କୁ ସମ୍ବର୍ଦ୍ଧନା
ଧର୍ମଶାଳା,୨୧ା୬ (ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକର ନବନିଯୁକ୍ତ ୧୯ଜଣ ସିଆର୍ସିସିଙ୍କୁ ଜାରକାସ୍ଥିତ ବ୍ଲକ ଶିକ୍ଷା ମଣ୍ଡଳାଧୀଶ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ବିଇଓ ପ୍ରଫୁଲ୍ଲ କୁମାର ବେହେରା ଯୋଗଦେଇ ସିଆରସିସି ନଳିନୀକାନ୍ତ ମାହାଣା, ଶିଶିର କୁମାର ପାଣିଗ୍ରାହୀ, ସୁଧିର କୁମାର କର, ବ୍ରଜ କିଶୋର ପଣ୍ଡା, ରମେଶ ଚନ୍ଦ୍ର ଜେନା, ବୀରକିଶୋର ସେନାପତି, ବନମାଳୀ ମହାରଣା, ଗୁରୁଚରଣ ରାଉତ, ଗଣେଶ୍ୱର ବେହେରା, ନିଖିଳ ନାରାୟଣ ଦେ, ପ୍ରକାଶ କୁମାର ନାୟକ, ସଦାନନ୍ଦ ବେହେରା, ଦେବେନ୍ଦ୍ର ସାମନ୍ତ, ପ୍ରସନ୍ନ କୁମାର ରାୟ, ସୁଶାନ୍ତ କୁମାର ଦଳାଇ, ଚିନ୍ମୟ ଦାସ, ପ୍ରଦୀପ୍ତ ମହାରଣା, ବିଦ୍ୟାଧର ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରି ନିଷ୍ଠାର ସହ ଦାୟିତ୍ୱ ତୁଲାଇବା ପାଇଁ ନବନିଯୁକ୍ତ ସିଆର୍ସିସି ମାନଙ୍କୁ ପରାମର୍ଶ ଦେଇଥିଲେ । ଏବିଇଓ ଅକ୍ଷୟ କୁମାର ବିଶ୍ୱାଳ ଓ ଏମଆଇଏସ ଆଶିଷ ରଞ୍ଜନ ବିଶ୍ୱାଳଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Related Posts
About The Author