ଯାଜପୁର ସଦର,୨୫/୧୨/୨୦୨୦ (ସନ୍ଧାନ ନିଉଜ): ପରୀ ହତ୍ୟାକାରୀକୁ ଧରିବା ପାଇଁ ସୋଇଟ ଗଠନ କରାଯାଇଥିବା ବେଳେ, ନୟାଗଡ଼ ଜଦୁପୁରରେ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ କୁମାର ଦାସ ଏବଂ କ୍ୟାମେରା ମ୍ୟାନ୍ ବିଷ୍ଣୁପ୍ରସାଦ ତରାସିଆ ଙ୍କ ଉପରେ ବିଜେପି ପକ୍ଷରୁ ଆକ୍ରମଣ କରଗଲା ତାହା ଏକ ଗଣମାଧ୍ୟ ଚତୁର୍ଥସ୍ତମ୍ବର କଣ୍ଠରୋଧ କରାଯିବା ଲାଗି ସତ୍ୟ ଘଟଣାର ଉନ୍ମୋଚନ ନକରିବାପାଇଁ ଏକ ଷଡ଼ଜନ୍ତ୍ର କରାଯାଇଥିବା ଜଣାଯାଇଚି । ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଉଥିବା ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ କରାଯାଉନଥିବାରୁ ସାମ୍ବାଦିକଙ୍କ ମହଲରେ ଏହାକୁ ଦୃଢ଼ ନିନ୍ଦା କରାଯାଇଚି । ତୁରନ୍ତ ଆସାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ଲାଗି ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନେଇ ସାମ୍ବାଦିକଙ୍କ ମହଲରେ ନିନ୍ଧା
|
December 25, 2020 |