ନଦୀ ସ୍ରୋତରେ ୨ସାଙ୍ଗ ଭାସି ଦୁଇ ସାଙ୍ଗ ମୃତ

Spread the love

ବାରିପଦା, ୨୪/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବୁଧବାରର ଘଟଣା ହଠାତ୍ ଶୁଖିଲା ନଦୀରେ ବନ୍ୟାପାଣି ମାଡ଼ି ଆସିଲା ଫଳରେ ସେହି ସମୟରେ ନଦୀ ପାର ହେଉଥିବା ଦୁଇଜଣ ସାଙ୍ଗ ପାଣି ସ୍ରୋତରେ ଭାସିଯାଇଥିଲେ ତେବେ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପୃଥକ୍ ପୃଥକ୍ ସ୍ଥାନରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଘୋଳମୁଁହା ପଞ୍ଚାୟତ ଗଣ୍ଡଗୁହାଳି ଗ୍ରାମର ୭ ଜଣ ସାଙ୍ଗ ଗତକାଲି (ବୁଧବାର) ଦିନ ପ୍ରାୟ ୧୨ଟା ବେଳେ ନିକଟସ୍ଥ ବାଘାଝରଣ ଗାଁକୁ ଫୁଟବଲ୍ ଖେଳ ଦେଖିବାକୁ ବାହାରିଥିଲେ। ସେମାନେ ଗାଁ ପାଖ ଶୁଖିଲା ପଡ଼ିଥିବା ଜମ୍ଭୀରା ନଦୀ ପାର ହେଉଥିଲେ । ୬ ଜଣ ସାଙ୍ଗ ନଦୀ ଆରପଟକୁ ଚାଲିଯାଇଥିବା ବେଳେ ରାମଚନ୍ଦ୍ର ମାଝୀଙ୍କ ପୁଅ ବୁଦ୍ଧେଶ୍ୱର ମାଝୀ (୨୪) ପଛରେ ରହି ଯାଇଥିଲେ। ଏତିକିବେଳେ ହଠାତ୍ ନଦୀରେ ବନ୍ୟାପାଣି ମାଡ଼ିଆସିଥିଲା । ଫଳରେ ବୁଦ୍ଧେଶ୍ୱର ନଦୀପାଣିରେ ଭାସିଯାଇଥିଲେ । ଏହା ଦେଖି ସାଙ୍ଗମାନଙ୍କ ମଧ୍ୟରୁ ମଙ୍ଗଲ ମାରାଣ୍ଡିଙ୍କ ପୁଅ ବିରାମ ମାରାଣ୍ଡି (୨୫) ବୁଦ୍ଧେଶ୍ବରଙ୍କୁ ବଞ୍ଚାଇବା ପାଇଁ ଭରାନଈକୁ ଡେଇଁ ପଡ଼ିଥିଲେ । ହେଲେ ଦୁର୍ଭାଗ୍ୟ, ସାଙ୍ଗକୁ ଉଦ୍ଧାର କରିବା ପରିବର୍ତ୍ତେ ସେ ମଧ୍ୟ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଚିତ୍ରଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଂଚି ଦୀର୍ଘ ସମୟ ଉଭୟଙ୍କୁ ଖୋଜାଖୋଜି କରିଥିଲେ । ହେଲେ କାହାର କିଛି ପତ୍ତା ମିଳିପାରିନଥିଲା । ତେବେ ଦୀର୍ଘ ୧୯ ଘଣ୍ଟା ପରେ ଗଣ୍ଡଗୁହାଳି ଗାଁଠାରୁ ପ୍ରାୟ ୨୦ କିଲୋମିଟର ଦୂର ଶିଳଦା ଘାଟ ନିକଟରୁ ବୁଦ୍ଦେଶ୍ଵରଙ୍କ ମୃତଦେହ ଏବଂ ପ୍ରାୟ ୧୫ କିଲୋମିଟର ଦୂର ପାଞ୍ଚଗୋଚ୍ଛୁଆ ଘାଟ ନିକଟରୁ ବିରାମଙ୍କ ମୃତଦେହ ମିଳିଛି । ମୋରଡ଼ା ପୁଲିସ ଶବ ଦୁଇଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା । ପଠାଇଛି ଏନେଇ ଥାନାରେ ୨୭/୨୦ ଓ ୨୯/୨୦ରେ ପୃଥକ୍ ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲୁ ରହିଛି। ଅନ୍ୟପଟେ ଦୁଇ ସାଙ୍ଗଙ୍କ ଏପରି ଅସ୍ବଭାବିକ ମୃତ୍ୟୁରେ ସେମାନଙ୍କ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Related Posts

About The Author

Add Comment