ନଦୀ ନିକଟରୁ କାର ସହ ଗଞ୍ଜେଇ ଜବତ ଜଣେ ଗିରଫ

Spread the love
କନ୍ଧମାଳ:୨୦/୮/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପୁଲିସ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଗୋଛାପଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ସୁନାମୁଦି ନଦୀ ପୋଲ ଉପରେ ଜଗି ରହିଥିଲେ। ଗୋଛାପଡାରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ କାରକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚବେଳେ ସେଥିରୁ ୭୫କିଲୋ ଗଞ୍ଜେଇ ବାହାରି ଥିଲା। ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଜଣେ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ଜଣକ ଗୋଛାପଡା ଥାନା ଅନ୍ତର୍ଗତ ପଲାବୃଡି ପଞ୍ଚାୟତ ନେଡିପଦର ଗ୍ରାମର ବିବେକାନନ୍ଦ ଦିଗାଲ(୨୧) ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟ ପଟେ ଗୋଛାପଡା ଥାନାରେ ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ କେଶ ନଂ.୧୨୦/୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିବେକାନନ୍ଦ ଦିଗାଲକୁ କୋର୍ଟ ଚାଲାଣ କରିଥିବା ବିଷୟ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି l

Related Posts

About The Author

Add Comment