ନଦୀରେ ବୁଡିଯାଇ  ବାଳକର ମୃତ୍ୟୁ

Spread the love
ଭଦ୍ରକ, , ୦୨/୦୪/୨୧ ( ସନ୍ଧାନ ନ୍ୟୁଜ୍: ପ୍ରଶାନ୍ତ ବାରିକ୍) : ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏହି ଅଂଚଳ ଦେଇ ପ୍ରବାହିତ ବୈତରଣୀ ନଦୀ ରେ ଜଣେ ବାଳକ ଗାଧୋଇବା ସମୟରେ ବୁଡ଼ିଯାଇ ମୃତ ଘଟିଛି । ସୂଚନା ଅନୁଯାୟୀ ଏହି ଅଘଟଣଟି ଘଟିଛି ଗତ ଗୁରୁବାର ଦିନ ବୈତରଣୀ ନଦୀର ଦୋହରା ପାଟଣା ଠାରେ। ସାତ ବର୍ଷ ର ବାଳକ ଟି ତାଙ୍କ ବାପା  ବାପି ଜେନା ଙ୍କ ସହ ଗାଧୋଉଥିବା ବେଳେ ଅଘଟଣର ଶିକାର ହୋଇଥିଲେ।  ବାପ ପୁଅ ଉଭୟ ଗାଧୋଇବା ସମୟରେ ବାପ ପୁଅକୁ କହୁଥିଲେ ଗାଧୋଇ ସାରିଲୁଣି ଘରକୁ ପଳା କିନ୍ତୁ ଏହା କହି ବାପ ଟିକେ ଅନ୍ୟ ମନସ୍କ ହୋଇ ଗାଧୋଇବା ରେ ବ୍ୟସ୍ତ ଥିଲେ। ସେଥି ମଧ୍ୟ ରେ ବାପାଙ୍କ ଅଜଣା ତ ରେ ପୁଅ ବୁଡିଯାଇଥିବା ସୂଚନା ମିଳିଛି। ବାପି ଜେନା ଗାଧୋଇ ସାରି ଘରେ ପହଁଚିବା ପରେ  ପୁଅ କୁ ଖୋଜା ଖୋଜି କରିବାରୁ ପୁଅର କୌଣସି ଖୋଜ ଖବର ମିଳୁନଥିବାରୁ ସନ୍ଦେହ ରେ ପୁଣି  ଥରେ ବାପ ନଦୀ ରେ ଖୋଜା ଖୋଜି କରିଥିବା ବେଳେ ସେଠାରୁ କିଛି ଦୂରରେ ପୁଅ ଭାସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଭଦ୍ରକ ମେଡିକାଲ୍ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କ ର ମୃତ ଘୋଷଣା କରିଥିଲେ। ପିଲାଟି କମ୍ ବୟସର ହୋଇଥିବାରୁ ସେହି ଅଞ୍ଚଳ ରେ ଦୁଃଖର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି।

Related Posts

About The Author

Add Comment