ଚାନ୍ଦବାଲି, ୦୫/୧୨/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ବାରିକ୍) : ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚୁଟିକ୍ରି ଗ୍ରାମ ରେ ନବଘନ ନାୟକ (୬୪) ନଦୀ ପାଖରୁ ନିଖୋଜ ହୋଇଥିଲେ। ଏହାକୁ କୁମ୍ଭୀର ଆକ୍ରମଣ କରିବା ମଧ୍ୟ ସନ୍ଦେହ କରାଯାଉଥିଲା।
ଖବର ଅନୁଯାୟୀ ନବଘନ ଦୁଇଦିନ ତଳେ ନଦୀ ପାଖକୁ ଘାସ କାଟିବାକୁ ଯାଇଥିଲେ। ଘରକୁ ଫେରିବା ରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଶେଷର କୌଣସି ସନ୍ଧାନ ନ ପାଇବାରୁ ଧାମରା ଦମକଳ ବିଭାଗ କୁ ଖବର ଦେଇଥିଲେ। ଦମକଳ ବିଭାଗ ମଧ୍ୟ ପହଂଚି ପ୍ରାୟ ୫୦ କିମି ଦୂର ଖୋଜା ଖୋଜି କରିଥିଲେ ମଧ୍ୟ ନବଘନ ଙ୍କ ର କୌଣସି ଖବର ପାଇ ନଥିଲେ। ଶେଷର ଆଜି ହଠାତ୍ ନିଖୋଜ ହୋଇଥିବା ଜାଗାରୁ ଏକ ଶରୀର ଭାସୁ ଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏବଂ ଏହାକୁ ଉଦ୍ଧାର ପରେ ତାହା ନବଘନ ନାୟକ ଙ୍କ ଶରୀର ବୋଲି ଗ୍ରାମବାସୀ ଚିହ୍ନଟ କରିଥିଲେ। ପ୍ରାୟ ସେହି ସ୍ଥାନରେ କୁମ୍ବୀର ମାନଙ୍କ ର ଚଳ ପ୍ରଚଳ ହେଉ ଥିବା ଲୋକ ଦେଖିଥିବା କହିଛନ୍ତି। ଏବଂ ନବଘନ ଙ୍କ ର ଜୀବନ ମଧ୍ୟ କୁମ୍ଭୀର ଆକ୍ରମଣ ରେ ଯାଇଥିବା ସନ୍ଦେହ କରାଯାଉଛି। ଶେଷରେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ବାରମ୍ବାର ଏହି ଭଳି ନିରୀହ ଜୀବନ ଯାଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ସ୍ଥାନୀୟ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।



