ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧା ନିଖୋଜ
ବଡଚଣା,୨୮/୯ (ସନ୍ଧାନ ନିୟୁଜ/ମାନସ ରାଉତ)-ବଡ଼ଚଣା ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗ୍ରାମ ନିକଟରେ ଥିବା ସାନଗେଙ୍ଗୁଟି ନଦୀରେ ପଡି ଜଣେ ମହିଳା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ବଡଘୁମୁରୀ ପଂ·ୟତ ପୁରୁଷୋତ୍ତମପୁର ଗ୍ରାମର ସ୍ୱର୍ଗତ ଜୟୀରାମ ମହାରଣାଙ୍କ ପତ୍ନୀ ଶଶୀଦେଇ (୭୦) ଶୁକ୍ରବାର ଭୋର ସମୟରୁ ସାନ ଗେଙ୍ଗୁଟି ନଦୀକୁ ଶୌଚହେବାକୁ ଯାଇ ଫେରି ନଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ନଦୀରେ ଖୋଜିଖୋଜି କରି ପାଇନଥିଲେ । ନିଖୋଜ ମହିଳା ଜଣକ ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଶଶିଦେଇ ଭୋର ସମୟରେ ନଦୀକୁ ସ୍ନାନ କରିବାକୁ ଏହି ନଦୀକୁ ଯାଇଥାନ୍ତି । ଶଶିଦେଇଙ୍କ କୌଣସି ସନ୍ଧାନ ମିଳି ନ ଥିବା ବେଳେ ସେ ବ୍ୟବହୃତ କରୁଥିବା ଗୋଟିଏ ଟର୍ଚ୍ଚ ଏବଂ ବାଡି ନଦୀ ତୁଠରୁ ମିଳିଥିଲା । ପରେ ଗ୍ରାମବାସୀଙ୍କ ପକ୍ଷରୁ ଚଣ୍ଡିଖୋଲ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନୀଶମ କର୍ମ·ରୀ ମାନେ ଦିର୍ଘ ୩ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ଖୋଜାଖୋଜି କରି ନାକେଦମ ହୋଇଥିଲେ ମଧ୍ୟ ବୃଦ୍ଧାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ ।
Related Posts
About The Author