ଖଇରା, ୦୪.୦୨.୨୦୨୧(( ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ଏବେ ନକଲି ସଫୁଟ ଡି ଙ୍କୁ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଗ୍ରାହକମାନେ ଚିନ୍ତାରେ । ନାମୀଦାମୀ କମ୍ପାନିର ସଫ୍ଟ ତ୍ରି ଙ୍କୁ ସ ଭଳି ଦିଶୁଛି ଏହି ନକଲି ସଫ୍ଟ ତ୍ରିସ । ଅଭିଯୋଗ ଅନୁସାରେ, ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ଖଇରା ଅଞ୍ଚଳର ବ୍ୟବସାୟୀମାନେ ସଫ୍ଟ ତ୍ରିସ ମହଜୁଦ କରୁଛନ୍ତି । ଖଇରା ଅଞ୍ଚଳର କେତେକ ସଫଟ ଡିସ ବିତରକ ବିଭିନ୍ନ ନାମୀ ଦାମୀ କମ୍ପାନିର ସପଟ ତ୍ରିଙ୍କସର ଏଜେସି ନେଇଛନ୍ତି । ଏକାଭଳି ଦିଶୁଥିବା ବିଭିନ୍ନ ନାମରେ ନାମିତ ଥିବା ନକଲି ସଫଟ ତ୍ରିଙ୍କସ , ବଜାରରେ ସେମାନେ ବ୍ୟବସାୟ କରୁଛନ୍ତି । ଏହାର ମଧ୍ୟ ଏକ ଜ୍ଵଳନ୍ତ ଉଦାହରଣ ଦେବାକୁ ମିଳିଛି ଖଇରା ଥାନା ଅଧନ ବନା ଅଞ୍ଚଳରେ । ଏଠାରେ ଥିବା ଜଣେ ବିତରକ ଖଇରା, କୁପାରୀ, ବନା ଆଦି ସ୍ଥାନରେ ଖୁଚୁରା ବ୍ୟବସାୟୀଙ୍କୁ ବିତରଣ କରୁଛନ୍ତି । ଏହି ସବୁ ସଫଟ ତ୍ରିସ ଗୁଡିକୁ ଗ୍ରାମାଞ୍ଚଳରେ ବିକ୍ରି ହେଉଛି । ଏହି ସବୁ ନକଲି ବ୍ରାଣ୍ଡର ସଫଟ ତ୍ରିସ ପିଇବା ପରେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାର ବୋଲି ମତ ପ୍ରକାଶ ପାଇଛି । ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ବାଲେଶ୍ଵର ଖାଦ୍ୟ ସୁରକ୍ଷା ଅଧିକାରୀ ଅନୁଶ୍ରୀ ଖଟୁଆଙ୍କୁ ପଚାରିବାରୁ ବିଭିନ୍ନ ସମୟରେ ଖଇରା ଅଞ୍ଚଳରେ ଥିବା ହୋଟେଲରେ ଖାଦ୍ୟର । ମାନ ଯାଞ୍ଚ ହେଉଛି । ମାତ୍ର ଏଭଳି ଘଟଣା ତାଙ୍କ ନଜରକୁ ଆସି ନଥିବା ବେଳେ ଏହି ଘଟଣାର ତଦନ୍ତ କରି ଅସାଧୁ ବ୍ୟବସାୟୀମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଥିଲେ ।
ନକଲି ସଫୁଟ ଡିଙ୍କ୍ ବିକ୍ରି ହେଉଥିବା ଅଭିଯୋଗ
|
February 4, 2021 |