ନକଲି ଜର୍ଦ୍ଦା ବେପାରକୁ ନେଇ ଗଣ୍ଡଗୋଳ: ଛତିଆ ଫାଣ୍ଡି ଘେରାଉ
ନକଲି ଜର୍ଦ୍ଦା ବେପାରକୁ ନେଇ ଗଣ୍ଡଗୋଳ: ଛତିଆ ଫାଣ୍ଡି ଘେରାଉ
Manas Kumar Rout |
May 25, 2019 |

ଛତିଆ,୨୫/୫ (ସନ୍ଧାନ ନିୟୁଜ/ମାନସ ରାଉତ) ଛତିଆ ଫାଣ୍ଡି ଅନ୍ତର୍ଗତ ନେଳିଆ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା ବେପାରକୁ ନେଇ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆହତ ହୋଇଥିବା ଜଣାଯାଇଛି । ବିଦ୍ୟାଧରପୁର ଗ୍ରାମର ରଂଜନ ନାୟକ ଓ ଆଲୋକ ନାୟକଙ୍କ ମଧ୍ୟରେ ନକଲି ଜର୍ଦ୍ଦା ବେପାରକୁ ନେଇ ପୂର୍ବରୁ ଶତୃତା ଲାଗି ରହିଥିଲା । ମାତ୍ର ଦୁଇଦିନ ତଳେ ଉଭୟଙ୍କ ମଧ୍ୟରେ ଏହି ବେପାରକୁ ନେଇ ବଚସା ହେବା ସହ ଆଲୋକ ଓ ରଂଜନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଆଲୋକ ରଂଜନକୁ ଆକ୍ରମଣ କରିଥିବା ନେଇ ଛତିଆ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ପରେ ଆଲୋକଙ୍କ ପତ୍ନୀକୁ ରଂଜନ ଅଶାଳୀନ ମନ୍ତବ୍ୟ ଓ ଗାଳିଗୁଲଜ କରିଥିବା ନେଇ ପାଲଟା ଅଭିଯୋଗ ହୋଇଥିଲା । ଛତିଆ ପୁଲିସ ଉଭୟ ପକ୍ଷରୁ ଅଭିଯୋଗ ପାଇବା ପରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଥିବା ଜଣାପଡିଛି । ଘଟଣାର ଦୁଇଦିନ ବିତିଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ରଂଜନଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏକାଠି ହୋଇ ଆଲୋକଙ୍କୁ ଗିରଫ ଦାବୀରେ ଛତିଆ ଫାଣ୍ଡି ଘେରାଉ କରିଥିଲେ । ବୈରୀ ଥାନାଧିକାରୀ ନିରଞ୍ଜନ ଶବର ଫାଣ୍ଡିରେ ପହଞ୍ଚି ଘେରାଉ କରିଥିବା ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଆଇନ ଅନୁଯାୟୀ ଖୁବ ଶିଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବାପରେ ଆନେ୍ଦାଳନ ପ୍ରତ୍ୟହୃତ ହୋଇଥିଲା । ଉଭୟ ପକ୍ଷରୁ ଅଭିଯୋଗ ପାଇବା ପରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଫାଣ୍ଡି ଅଧିକାରୀ ଜଗଦିଶ କର ସୂଚନା ଦେଇଛନ୍ତି ।
Related Posts
About The Author