ଧାରା-୩୭୦ଉଚ୍ଛେଦ: ରାଉରକେଲାରେ ବିଜେପି କର୍ମୀ ଉଲ୍ଲସିତ
ଧାରା-୩୭୦ଉଚ୍ଛେଦ: ରାଉରକେଲାରେ ବିଜେପି କର୍ମୀ ଉଲ୍ଲସିତ
Manas Kumar Rout |
August 7, 2019 |
ରାଉରକେଲା, ୭/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ମୋଦି ସରକାର ନେଇଛନ୍ତି ଐତିହାସିକ ନିଷ୍ପତି । ବଦଳିଛି ଜାମ୍ମୁ ଓ କାଶ୍ମୀରର ଭୂଗୋଳ । ଜମ୍ମୁ ଓ କାଶ୍ମିରରୁ ଧାରା ୩୭୦ ଉ୍େଚ୍ଛଦ ହୋଇଛି । ଏହାକୁ ନେଇ ସାରାଦେଶରେ ଅଦିନିଆ ଦୀପାବଳୀ ପାଳନ କରାଯାଉଥିବା ବେଳେ, ଆଜି ସଂଧ୍ୟାରେ ରାଉରକେଲା ସମେତ ସାରନଗରୀରେ ବିଜେପି କର୍ମୀଙ୍କ ସମେତ ସାଧାରଣ ଜନତାଙ୍କ ମଧ୍ୟରେ ଉସôବର ମାହୋଲ ଦେଖିବାକୁ ମିଳିଥିଲା । ରାଉରକେଲାର ବିଶ୍ରାଛକରେ ଯୁବ ବିଜେପିର କର୍ମୀ ମାନେ ମୋଦି ସରକାରଙ୍କ ଏଭଳି ନିଷ୍ପତି ଦ୍ୱାରା ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ନ୍ୟାୟ ମିଳି ପାରିଛି ବୋଲି ପ୍ରକାଶ କରିଥିଲେ । । ସେହିପରି ସ୍ଥାନୀୟ ମା’ ମଙ୍ଗଳା ଛକରେ ବିଜେପି କର୍ମୀ ମାନେ ବାଣ ଫୁଟାଇ ଓ ମିଷ୍ଟାନ ବାଂଟି ଖୁସି ଜାହିର କରିଥିଲେ । ଚଳିତ ବର୍ଷ ପ୍ରଥମଥର ପାଇଁ ସ୍ୱାଧୀନତା ଦିବସରେ ଜାମ୍ମୁ ଓ କାଶ୍ମୀରର ଲାଲ ଛକରେ ତ୍ରୀରଙ୍ଗା ଉତୋଳନ ହେବାର ସବୁଜ ସଙ୍କେତ ମିଳିଥିବାରୁ ମୋଦି ସରକାରଙ୍କୁ ସମସ୍ତ ବିଜେପି କର୍ମୀ ସାଧୁବାଦ ଜଣାଇଥିଲେ ।

Related Posts
About The Author